ନୂଆଦିଲ୍ଲୀ,୧୮/୧୨: ଜମ୍ମୁ କଶ୍ମୀରର କଠୁଆରେ ଭୟାବହ ଅଗ୍ନିକାଣ୍ଡ। ଘରେ ଶୋଇଥିବା ବେଳେ ଲାଗିଗଲା ନିଆଁ। ଫଳରେ ଶ୍ୱାସରୁଦ୍ଧ  ହୋଇ ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ । ଏଥିସହ ୪ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।  ଗତକାଲି ରାତିରେ ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲା ଶିବାନଗରରୁ ଆସିଛି ଏଭଳି ଘଟଣା ।  

ସୂଚନା ମୁତାବକ, କଠୁଆର ଶିବାନଗରରେ ଅବସରପ୍ରାପ୍ତ ଡିଏସପିଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ କୌଣସି କାରଣ ଅଗ୍ନିକାଣ୍ଡ ଘଟିଥିଲା । ପରିବାରର ପ୍ରାୟ ୧୦ ସଦସ୍ୟ ଖାଇବା ସାରି ଶୋଇଥିବା ବେଳେ ବିଳମ୍ବିତ ରାତିରେ ହଠାତ୍‌ ନିଆଁ ଲାଗିବାରୁ ସେମାନେ ଉଠି ପଡ଼ିଥିଲେ। ମାତ୍ର ଚାରିଆଡ଼େ ଧୂଆଁମୟ ହୋଇ ଯାଇଥିବାରୁ ଅଣନିଶ୍ୱାସୀ ହୋଇ ୬ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଗତକାଲି ବିଳମ୍ବିତ ରାତିରେ କୌଣସି କାରଣ ଅଗ୍ନିକାଣ୍ଡ ଘଟିଥିଲା ।  ଏନେଇ ଖବରପାଇ ତୁରନ୍ତ ଅଗ୍ନିଶମବାହିନୀ ପହଞ୍ଚି ନିଅଁ ଲିଭାଇଥିଲେ। ଏହାପରେ ସେମାନେ  ୪ ଜଣଙ୍କୁ ଉଦ୍ଧାର କରି ତୁରନ୍ତ କାଠୁଆରେ ଥିବା  ନିକଟସ୍ଥ ଡା଼କ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ସେମାନଙ୍କ ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।