ଛତ୍ରପୁର,୦୭/୧୦: ଦୀପାବଳି ପୂର୍ବରୁ ଛତ୍ରପୁର ପୁଲିସକୁ ବଡ଼ ସଫଳତା। ଜବତ ହେଲା ୬ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବାଣ । ଏଥିସହ ଜଣଙ୍କୁ ଅଟକ ରଖାଯାଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ସୁନ୍ଦରପୁର ଗ୍ରାମର ସନ୍ତୋଷ ବେହେରା ମେଡିକାଲ ପରିସରରେ ଥିବା ଏକ ପାଣି ଟାଙ୍କି ଘରେ ଏବଂ ଅନ୍ୟ ଏକ ସ୍ଥାନରେ ବାଣ ରଖିଥିବାର ଛତ୍ରପୁର ପୁଲିସ ଖବର ପାଇଥିଲା । ଏହାପରେ ପୁଲିସ ତରୁନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲା । ଛତ୍ରପୁର ଏସଡିପିଓ ଚନ୍ଦନ ଘଡେଇ ଓ ଥାନାଧିକାରୀ ସବ୍ୟସାଚୀ ମଲ୍ଲଙ୍କ ନେତୃତ୍ୱରେ ବହୁ ପୁଲିସ କର୍ମଚାରୀ ପହଞ୍ଚି ବାଣ ଜବତ କରିଥିବା ସହ ବେଆଇନ ବାଣ ରଖିଥିବା ଅଭିଯୋଗରେ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛନ୍ତି । ତେବେ ଏହି ବାଣ ଗଞ୍ଜାମ ଜିଲ୍ଲା ଡେଙ୍ଗାପଦର ଗ୍ରାମରୁ କିଣି ଆଣିଥିବା ପୁଲିସ କହିଛି । ଗତ କିଛି ଦିନ ତଳେ ଏହି ଗ୍ରାମରୁ ୧୦ ଲକ୍ଷ ଟଙ୍କାର ବାଣ ଜବତ କରାଯାଇଥିବା ବେଳେ ଏବେ ପୁଣି ୬ ଲକ୍ଷ ଟଙ୍କାର ବାଣ ଜବତ କରାଯାଇଛି ।