ବୌଦ୍ଧ,୧୮/୮: ବୌଦ୍ଧ ଠାରେ ଚାଲିଥିବା ୬୫ ତମ ଷ୍ଟେଟ ସିନିଅର ଫିଡେ ରେଟିଂ ଚେସ ଚମ୍ପିୟାନସିପ ଉଦଯାପିତ ହୋଇଯାଇଛି । ଗତ ୧୪ ତାରିଖରୁ ୧୮ ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ରାଜ୍ୟସ୍ତରୀୟ ଚେସ ପ୍ରତିଯୋଗିତାର ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ। ସମ୍ମାନିତ ଅତିଥି ଭାବେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ଅଧ୍ୟକ୍ଷ ନିରଞ୍ଜନ ମିଶ୍ର, ସାମ୍ବାଦିକ ଯୁଗଳ କିଶୋର ସାମଲ, ସମ୍ବଲପୁର ଜିଲ୍ଲା ଚେସ ସଙ୍ଘ ସଭାପତି ତଥା ଭୀମସାର ପ୍ରଫେସର ଡ଼ ରାଜୀବ କୁମାର ନନ୍ଦ, ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶ ଯୋଗ ଦେଇଥିଲେ ।
ରାଜ୍ୟ ଚେସ ସଙ୍ଘ ଉପସଭାପତି ତଥା ବୌଦ୍ଧ ଜିଲ୍ଲା ଚେସ ସଙ୍ଘ ସମ୍ପାଦକ ଶଙ୍କର ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଚମ୍ପିୟନ ଗଜପତି ର ତପନ ବଡମୁଣ୍ଡି, ଉପ ବିଜେତା କଟକର ନିଲସୁ ପଟ୍ଟନାୟକ, ତୃତୀୟ ସ୍ଥାନ ଅଧିକାର କରିଥିବା ଖୋର୍ଦ୍ଧାର ସାତ୍ତ୍ଵିକ ସ୍ୱାଇଁ, ଚତୁର୍ଥ ସ୍ଥାନ ଅଧିକାର କରିଥିବା ଖୋର୍ଦ୍ଧାର ସ୍ୱପ୍ନିଲ ପ୍ରିୟଦର୍ଶୀ ଙ୍କୁ ପୁରସ୍କୃତ କରାଯାଇଥିଲା। ମୂଖ୍ୟ ଆର୍ବୀଟର ସୁରେଶ ଚନ୍ଦ୍ର ସାହୁ, ଉପ ମୂଖ୍ୟ ଆର୍ବୀଟର ସନ୍ତୋଷ କୁମାର ମହାପାତ୍ର, ଆର୍ବୀଟର ପିଙ୍କି ମହାପାତ୍ର, ଆର୍ବୀଟର ସତ୍ୟଜିତ ବାରିକ ପ୍ରତିଯୋଗିତା ପରିଚାଳନା କରିଥିଲେ। ଜିଲ୍ଲା ଚେସ ସଙ୍ଘ ତରଫରୁ ନିରୋଦ ମେହେର, ରଞ୍ଜିତ ପଟ୍ଟନାୟକ, ପ୍ରତ୍ୟାଶା ମିଶ୍ର, ଅନିକେତ ଦାନୀ, ଗଜେନ୍ଦ୍ର ସାହୁ, ସନ୍ତୋଷ ସାହୁ, ଯଦୁମଣି ପ୍ରଧାନ ପ୍ରମୁଖ ପ୍ରତିଯୋଗିତାକୁ ପରିଚାଳନାରେ ସହଯୋଗ କରିଥିଲେ ।