ଫିରିଙ୍ଗିଆ, ୧୯/୩ ; ସାରଙ୍ଗଡ଼ ଛକ ରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୬୬ କେଜି ଗଞ୍ଜେଇ ସହ କାର ଜବତ କରାଯାଇଛି। ଏଥିସହ ଦୁଇ ଜଣଙ୍କୁ ଗିରଫ କରିଛି l

ଅବକାରୀ ବିଭାଗ କୌଣସି ସୂତ୍ରରୁ ଗଞ୍ଜେଇ ଚାଲାଣ ହେଉଥିବା ନେଇଁ ଖବର ପାଇଥିଲେ l ସାରଙ୍ଗଡ଼ ଛକ ରେ ଏକ କାର ଗାଡିକୁ ଅଟକାଇବା ପରେ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ଜଣା ପଡିଥିଲା l ଘଟଣା ସ୍ଥଳ ରେ ଗଞ୍ଜେଇ ଜବତ କରିଥିବା ବେଳେ ଫିରିଙ୍ଗିଆ ଥାନା ଅଧୀନ ଡିଣ୍ଡିରା ଗାଁ ପଞ୍ଚାୟତ ଟେଲା ପାଲି ଗାଁର କାର ଡ୍ରାଇଭର ବାମନ ଚରଣ କହଁର ଓ ଫିରିଙ୍ଗିଆ ଥାନା ଅଧୀନ ତଳ ଦଣ୍ଡିକିଆ ପଞ୍ଚାୟତ କରଣ୍ଡା ଗଡ଼ ଗାଁର ଚାନ୍ଦିନୀ ଦିଗାଲ କୁ ଅଟକ ରଖିଥିଲେ l ଜବତ ଗଞ୍ଜେଇ ଓଜନ ପରେ ୬୬ କେଜି ଗଞ୍ଜେଇ ହୋଇଥିଲା । ଗଞ୍ଜେଇ ଚାଲାଣ ରେ ସମ୍ପୃକ୍ତ ମହିଳା ଓ ଡ୍ରାଇଭରକୁ କୋର୍ଟ ଚାଲାଣ କରିଥିବା ଅବକାରୀ ଇନିସ୍ପେକ୍ଟର ପୂର୍ଣ୍ଣ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି l ଅନ୍ୟପଟେ ଜବତ ଗଞ୍ଜେଇ ଫିରିଙ୍ଗିଆ ଅଞ୍ଚଳ ରୁ ଭୁବନେଶ୍ୱର ଚାଲାଣ ହେଉଥିବା ସୂଚନା ମିଳିଛି l