ପ୍ରମୂଖ ଖବର
  • ଅପରେସନ୍ ସିନ୍ଦୂରରେ ନେଇ ପ୍ରେସମିଟି, ପିଏଲ୍- ୧୫ ବ୍ୟବହାର କରିଥିଲା ପାକିସ୍ତାନ
  • ||
  • ହାଇକୋର୍ଟର ନୂଆ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଦୀକ୍ଷିତ, ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର ନୂଆ ଷ୍ଟେସନ୍‌ରୁ ଯାତ୍ରା ଆରମ୍ଭ କଲା ୩ ଏକ୍ସପ୍ରେସ୍ ଟ୍ରେନ୍‌, ଉପକୃତ ହେବେ ଯାତ୍ରୀ
  • ||
  • ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଲେ ବିରାଟ କୋହଲି, ସୋସିଆଲ୍ ମିଡିଆରେ ପୋଷ୍ଟ କରି ଅବସର ଘୋଷଣା କଲେ
  • ||
  • ମୟୂରଭଞ୍ଜ : ବେଆଇନ ଗୋ ଚାଲାଣ ବେଳେ ପୋଲିସର ଚଢାଉ, ୨୭ ଟି ଗୋରୁ ଉଦ୍ଧାର, ଚାଳକ ଅଟକ
  • ||
  • ଗଞ୍ଜାମ : ପାତିସୁନାପୁର ଗାଁରେ ଗୋଷ୍ଠୀ ସଂଘର୍ଷ, ସୁରକ୍ଷା ପାଇଁ ୫ ପ୍ଲାଟୁନ ପୋଲିସ ମୁତୟନ
  • ||
  • କଳାହାଣ୍ଡି : ଗାଁ ରାସ୍ତାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ
  • ||
  • ରାଇରଙ୍ଗପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆଜି ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜୟନ୍ତୀ ଉତ୍ସବରେ ଯୋଗ ଦେବେ
  • ||
  • ଆଗାମୀ ୪ ଦିନ ପ୍ରଚଣ୍ଡ ତାତି: ବୁଧବାର ୪୫ ଡିଗ୍ରୀ ଛୁଇଁବ ପାରଦ, ତତଲା ଲୌହପିଣ୍ଡ ପାଲଟିବ ପଶ୍ଚିମ ଓଡ଼ିଶା
  • ||

ଅଜଣା ଗାଡି ଧକ୍କାରେ ୭ ଗାଈ ,ବାଛୁରୀ ମୃତ

Published By : Prameya | May 12, 2025 8:10 PM

ଫିରିଙ୍ଗିଆ, ୧୨/୫ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତ ଲଦା ଗାଁ ରାସ୍ତାରେ ଅଜଣା ଗାଡି ଧକ୍କାରେ ୭ ଟି ଗାଈ ଓ ବାଛୁରୀ ମୃତ୍ୟୁ ହୋଇଛି। ସମସ୍ତ ଗାଈ ଓ ବାଛୁରୀ ପବିଙ୍ଗିଆ ଓ ଡେଲରପଡା ଗାଁର ବୋଲି ଜଣାପଡିଛି। 

ରତଙ୍ଗ ପଞ୍ଚାୟତର ଲଦା ଗାଁ ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତା ଉପରେ ଗୋଠ କଲା ଭଳି ୧୫ ରୁ ଉର୍ଦ୍ଧ ଗାଈ ବାଛୁରୀ ଶୋଇଥିଲେ l ରାତିରେ କୌଣସି ଏକ ଅଜଣା ଗାଡି ଆସି ୭ ଟି ଗାଈ, ବଳଦ ଓ ବାଛୁରୀ କୁ ଉପରେ ମାଡି ଯାଇଥିଲା।  ଘଟଣା ସ୍ଥଳରେ ହିଁ ସମସ୍ତ ଗାଈ ବାଛୁରୀ ଓ ବଳଦର ମୃତ୍ୟୁ ଘଟିଥିଲା l ସୋମବାର ସକାଳୁ ରତଙ୍ଗ ପଞ୍ଚାୟତର ସରପଞ୍ଚ ପାର୍ବତୀ ମଲିକ ଓ ବିଜେଡି ବ୍ଲକ ସଭାପତି ତଥା ପୂର୍ବତନ ରତଙ୍ଗ ସରପଞ୍ଚ ରଜନୀ ମଲିକ ପହଞ୍ଚି ସମସ୍ତ ମୃତ ଗାଈ ବାଛୁରୀ ଓ ବଳଦ କୁ ଲୋକଙ୍କ ସାହାଯ୍ୟରେ ନେଇଁ ଗାତ ଖୋଳି ପୋତି ଦେଇଥିଲେ। l 

ଅନ୍ୟପଟେ ଦୁର୍ଘଟଣା ଘଟିଥିବା ସ୍ଥାନ ପାଖରେ ଜଣକ ଘରେ ସିସି ଟିଭି କ୍ୟାମେରା ଲାଗିଥିବାରୁ ଦୁର୍ଘଟଣା ଘଟାଇଥିବା ଗାଡିକୁ ଖୋଜା ଚାଲିଥିବା କହିଛନ୍ତି ବିଜେଡି ବ୍ଲକ ସଭାପତି ରଜନୀ କହଁର l ଏହି ସମସ୍ତ ଗାଈ ବାଛୁରୀ ପବିଙ୍ଗିଆର ଭାଗ୍ୟବାନ ଦିଗାଲ ଓ ଡେଲର ପଡା ର ଦୁର୍ଯ୍ୟୋଧନ କହଁର ର ବୋଲି ଜଣା ପଡିଛି l ଏହି ସ୍ଥାନରେ ବାରମ୍ବାର ବାଇକ, କାର ବସ ଦୁର୍ଘଟଣା ଘଟି ସାଧାରଣ ଲୋକେ ମୃତ୍ୟୁ ଘଟୁଛି।  ଅଧିକାଂଶ ସମୟରେ ପ୍ରତିବର୍ଷ ଏହି ସ୍ଥାନରେ ଏକାଧିକ ଗାଈ ମଇଁଷି  ଦୁର୍ଘଟଣାରେ ମୃତ୍ୟୁ ଘଟୁଛି । ତେଣୁ ଏହି ରାସ୍ତାରେ ଦୁର୍ଘଟଣା ରୋକିବାକୁ ବ୍ୟବସ୍ଥା କରି ବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.