ଚିକିଟି,୬/୬ : ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅନ୍ତର୍ଗତ ପିତାତଳି ଗ୍ରାମରେ ଅପରାହ୍ନରେ ବଜ୍ରପାତର ଶିକାର ହୋଇ ୭ ଛେଳି ମୃତ l ମିଳିଥିବା ସୂଚନା ଅନୁସାରେ ମାଧବନ୍ଧ ଗ୍ରାମର ଏସ. ସାକିଲି ଛେଳି ପାଳନ କରି ଜୀବିକା ନିର୍ବାହ କରୁଥିବାବେଳେ ଆଜି ଅପରାହ୍ନରେ ହଠାତ ଜୋରରେ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା l
ଏହି ସମୟରେ ମାଧବନ୍ଧ ଗ୍ରାମ ପୋଖରୀ ନିକଟରେ ଚରୁଥିବା ୧୦ଟି ଛେଳି ଉପରେ ବଜ୍ରପାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ୭ଟି ଛେଳିର ମୃତ୍ୟୁ ହୋଇଥିବା ଜଣାପଡ଼ିଛି l