ନୟାଗଡ, ୨।୩ : ଟ୍ରକ୍ ଚାପାରେ ପୁଅ ଆଗରେ ଚାଲିଗଲା ବାପାର ଜୀବନ। ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ଦଶପଲ୍ଲା ସହରର ବ୍ଲକ୍ ଛକରେ ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ହେଲେ ନୟାଗଡ ରାଜପାଟଣା ଗ୍ରାମର ପ୍ରକାଶ ଚନ୍ଦ୍ର ଜେନା ।
ନୟାଗଡ ରାଜପାଟଣା ଗ୍ରାମର ପ୍ରକାଶ ଚନ୍ଦ୍ର ଜେନା ତାଙ୍କ ପୁଅ ସହ ସଢୁ ଘରକୁ ସ୍କୁଟିରେ ଯାଉଥିଲେ। ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ଦଶପଲ୍ଲା ସହରର ବ୍ଲକ୍ ଛକରେ ଏକ ଟ୍ରକ ସ୍କୁଟିକୁ ଧକ୍କା ଦେଇ କିଛିବାଟ ପ୍ରକାଶଙ୍କୁ ଘୋଷାଡି ନେଇଥିଲା। ଘଟଣାସ୍ଥଳରେ ପ୍ରକାଶଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଟ୍ରକ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ କରୁଛି ।