ନୂଆଦିଲ୍ଲୀ, ୨୪/୦୭ : ୭ଟି ହାଇକୋର୍ଟରେ ନାହାଁନ୍ତି ମୁଖ୍ୟ ବିଚାରପତି। କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତିଙ୍କ ଦାୟିତ୍ଵରେ ଚାଲୁଛି କୋର୍ଟ। ୨୦୨୬ ଜୁଲାଇ ସୁଦ୍ଧା ବମ୍ଵେ, କୋଲକାତା, ଜାମ୍ମୁ କାଶ୍ମୀର ଏବଂ ଲଦ୍ଦାଖ, ମଧ୍ୟପ୍ରଦେଶ, ପାଟନା, ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନ ହାଇକୋର୍ଟରେ ସ୍ଥାୟୀ ମୁଖ୍ୟ ବିଚାରପତି ନାହାଁନ୍ତି। ନିୟମିତ ଟ୍ରାନ୍ସଫର ଏବଂ ଅବସର ପାଇଁ ଏହି ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। 

କେନ୍ଦ୍ର ସରକାର ସୁପ୍ରିମକୋର୍ଟ ସଂଶୋଧନ ଅଧ୍ୟାଦେଶ, ୨୦୨୬ ଜରିଆରେ ଶୀର୍ଷ ଅଦାଲତରେ ଜଜଙ୍କ ସଂଖ୍ୟା ୩୩ ରୁ ୩୭ଲୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ। ମେ ୧୭ରେ ଏହି ନିୟମ ଲାଗୁ ହୋଇଥିଲା। ଏହା ଦ୍ଵାରା ସୁପ୍ରିମକୋର୍ଟରେ ଜଜଙ୍କ ପ୍ରମୋସନ ପାଇଁ ରାସ୍ତା ଖୋଲିଗଲା। ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କ ପଦ ଖାଲି ହୋଇଗଲା। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ କଲେଜିୟମର ସୁପାରିଶ କ୍ରମେ ଚାରି ଜଣ ହାଇକୋର୍ଟ ମୁଖ୍ୟ ବିଚାରପତି ଏବଂ ଜଣେ ବରିଷ୍ଠ ଓକିଲଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ପାଇଥିଲେ। ଏମାନଙ୍କ ବଦଳରେ ଉକ୍ତ ହାଇକୋର୍ଟ ଗୁଡ଼ିକରେ କାର୍ଯ୍ୟନିର୍ବାହୀ ମୁଖ୍ୟ ବିଚାରପତିଙ୍କୁ ନିୟୋଜିତ କରାଯାଇଥିଲା। 

ବର୍ତ୍ତମାନର କାର୍ଯ୍ୟ ନିର୍ବାହୀ ମୁଖ୍ୟ ବିଚାରପତି
ବମ୍ଵେ ହାଇକୋର୍ଟ- ଜଷ୍ଟିସ୍ ଆର.ବି. ଘୁଗେ
ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ- ଜଷ୍ଟିସ୍ ଅଶ୍ଵିନୀ କୁମାର ମିଶ୍ର
ମଧ୍ୟପ୍ରଦେଶ ହାଇକୋର୍ଟ- ଜଷ୍ଟିସ୍ ବିବେକ ଋସିଆ
ଜାମ୍ମୁ କାଶ୍ମୀର ଏବଂ ଲଦ୍ଦାଖ- ଜଷ୍ଟିସ୍ ସଞ୍ଜିବ କୁମାର
ପାଟନା ହାଇକୋର୍ଟ- ଜଷ୍ଟିସ୍ ସୁଧୀର ସିଂହ
ରାଜସ୍ଥାନ ହାଇକୋର୍ଟ- ଜଷ୍ଟିସ୍ ସଞ୍ଜୀବ ପ୍ରକାଶ ଶର୍ମା
କୋଲକାତା ହାଇକୋର୍ଟ- ଜଷ୍ଟିସ୍ ତାପବ୍ରତ ଚକ୍ରବର୍ତ୍ତୀ

ଆହୁରି ୫ ମୁଖ୍ୟ ବିଚାରପତି ନେବେ ଅବସର
ଛତିଶଗଡ଼ ହାଇକୋର୍ଟ- ଜଷ୍ଟିସ୍ ରମେଶ ସିହ୍ନା (ସେପ୍ଟେମ୍ଵର ୪)
ରାଜସ୍ଥାନ ହାଇକୋର୍ଟ- ଜଷ୍ଟିସ୍ ସଞ୍ଜୀବ ପ୍ରକାଶ ଶର୍ମା (ସେପ୍ଟେମ୍ଵର ୨୬)
ଝାଡ଼ଖଣ୍ଡ ହାଇକୋର୍ଟ- ଜଷ୍ଟିସ୍ ଏମ.ଏମ.ସୋନକ
ଓଡ଼ିଶା ହାଇକୋର୍ଟ- ଜଷ୍ଟିସ୍ ହରିଶ ଟଣ୍ଡନ (ନଭେମ୍ଵର ୨୦୨୬)
ଉତ୍ତରାଖଣ୍ଡ ହାଇକୋର୍ଟ- ଜଷ୍ଟିସ୍ ମନୋଜ କୁମାର ଗୁପ୍ତା

ଆହୁରି ପଢନ୍ତୁ- ସୋନମ୍ ୱାଙ୍ଗଚୁକ୍‌ଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ ! କହିଲେ “ଡାକ୍ତରଙ୍କ ପରାମର୍ଶ ମାନନ୍ତୁ, ପୁରୁଣା ଓଜନ ଫେରାଇ ଆଣନ୍ତୁ”

ପୁରୀରୁ🔴LIVE| ବାହୁଡ଼ା ଯାତ୍ରାରେ ତିନି ଠାକୁର, ଭକ୍ତଙ୍କ ଅସମ୍ଭାଳ ଭିଡ଼​​​​​​​