ପ୍ରମୂଖ ଖବର
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୭.୦ ତୀବ୍ରତା ଭୂକମ୍ପ ଝଟକାରେ ଥରିଲା କାଲିଫର୍ଣ୍ଣିଆ, ସୁନାମୀ ଆଲର୍ଟ ଜାରି

Published By : Ankita S | December 6, 2024 7:51 AM

ନୂଆଦିଲ୍ଲୀ,୦୬/୧୨: ଭୂକମ୍ପ ଝଟକାରେ ଥରିଲା ଆମେରିକାର କାଲିଫର୍ଣ୍ଣିଆ । ଉତ୍ତର କାଲିଫର୍ଣ୍ଣିଆରେ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରେକର୍ଡ ହୋଇଛି । ସୁନାମୀ ଆଲର୍ଟ ଜାରି ହୋଇଥିବା ସୂଚନା ମିଳିଛି । ୟୁନାଇଟେଡ୍ ଷ୍ଟେଟ ଜିଓଲୋଜିକାଲ ସର୍ଭେ ଭୂକମ୍ପ ନେଇ ସୂଚନା ଦେଇଛି ।

ଆମେରିକାର ଉତ୍ତର କାର୍ଲିଫର୍ଣ୍ଣିଆରେ ବଡ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ୟୁଏସଜିଏସ ଅନୁଯାୟୀ କାର୍ଲିଫର୍ଣ୍ଣିଆର କେପ୍ ମେଣ୍ଡୋକିନୋ ଉପକୂଳରେ ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୦ ରେକର୍ଡ କରାଯାଇଛି । ଆମେରିକା ସମୟ  ସକାଳ ୧୦ଟା୪୪ରେ ଭୂକମ୍ପ ହୋଇଥିଲା । ଏହାର କେନ୍ଦ୍ର ଫନଡେଲଠାରୁ ପ୍ରାୟ ୧୦୦ କିମି ଦକ୍ଷିଣ ପଶ୍ଚିମ ଥିଲା । ଏହି ବଡ ଧରଣର ଭୂକମ୍ପ ପରେ ସୁନାମୀ ଆଲର୍ଟ ଜାରି ହୋଇଛି । ରିପୋର୍ଟ ଲେଖାଯିବା ସୁଦ୍ଧା ମୃତାହତ କିମ୍ବା କ୍ଷୟକ୍ଷତିର ସୂଚନା ମିଳିନଥିଲା । ମାତ୍ର ୭.୦ ତୀବ୍ରତାର ଭୂକମ୍ପ ପରେ କ୍ଷତିକ୍ଷତି ହୋଇଥିବା ନେଇ ନେଇ ଅନୁମାନ କରାଯାଉଛି ।

ଭୂକମ୍ପ ସମୟର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଭୂକମ୍ପ ପ୍ରଭାବରେ ଘରର ଆବାସପତ୍ର ଥରିବାକୁ ଲାଗିଥିଲା । ଲୋକମାନେ ଭୟରେ ଦୌଡିବାକୁ ଲାଗିଥିଲେ । ଭୂକମ୍ପର ଗଭୀରତା ୧୦୦ କିମି ରହିଥିଲା । ପଶ୍ଚିମ-ଦକ୍ଷିଣ ପଶ୍ଚିମରେ ୧୦ କିମି ଗଭୀରତା ରହିଥିଲା । ୭.୦ ତୀବ୍ରତା ଭୂକମ୍ପ ନେଇ ସମୁଦ୍ରରେ ସୁନାମୀ ଆସିବା ଅନୁମାନ କରାଯାଉଛି । ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦ କିମି ତଳେ ଥିଲା । ମେଣ୍ଡୋକିନୋ ଟ୍ରିପର ଜଙ୍କସନରେ ଏହି ଭୂକମ୍ପ ଘଟିଛି ଯେଉଁଠାରେ ପ୍ରଶାନ୍ତ, ଉତ୍ତର ଆମେରିକା ଏବଂ ଜୁଆନ ଡି ଫୁକା ମିଳିତ ହୋଇଛି । ମେଣ୍ଡୋକିନୋ ଫ୍ରାକଚର ଜୋନରେ ଷ୍ଟ୍ରାଇକ-ସ୍ଲିପ ତ୍ରୁଟି ଯୋଗୁଁ ଏହା ଘଟିଥିବା ଜଣାପଡିଛି । ସୁମଦ୍ର ଏ ନେଇ ଚେତାବନୀ ଜାରି ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.