ରାଉରକେଲା, ୨୧/୦୭ : ରାଉରକେଲା ସହରରେ ମାତିଛନ୍ତି ବାଇକ୍ ଚୋର। ବିଭିନ୍ନ ଅଞ୍ଚଳରୁ ଗାଡି ଚୋରି କରି ସେଗୁଡ଼ିକୁ ଖଣ୍ଡ ଖଣ୍ଡ କରି ବିକ୍ରି କରୁଥିଲେ  । ତେବେ ଏହି ଲୁଟେରା ରାକେଟର ପର୍ଦ୍ଦାଫଶ କରି କରିଛି ପ୍ଲାଣ୍ଟ ସାଇଟ୍ । ସେମାନଙ୍କ ମଧ୍ୟରୁ ୭ଜଣଙ୍କୁ ଗିରଫ କରିଛି ପୁଲିସ । ଅଭିଯୁକ୍ତଙ୍କ ଠାରୁ ୪ଟି ଚୋରା ବାଇକ୍ ଓ ବିପୁଳ ଯନ୍ତ୍ରାଂଶ ଜବତ କରାଯାଇଛି। ଏହି ଗ୍ୟାଙ୍ଗରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହାର ତଦନ୍ତ ଜାରି ରହିଥିବା କହିଛନ୍ତି ଡିଏସପି।