ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

୭୦ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ‘ଦମନ’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର, ନିର୍ମାତା ଓ ନିର୍ଦ୍ଦେଶକଦ୍ୱୟ ହେଲେ ସମ୍ମାନିତ

Published By : Prameya | October 9, 2024 1:32 PM

ଭୁବନେଶ୍ୱର,୦୯/୧୦: ଜାତୀୟ ସ୍ତରରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି ‘ଦମନ’ । ମଙ୍ଗଳବାର ନୂଆଦିଲ୍ଲୀ ବିଜ୍ଞାନ ଭବନ ଠାରେ ଆୟୋଜିତ ୭୦ ତମ ଜାତୀୟ ଚଳଚ୍ଚିତ୍ର  ପୁରସ୍କାର ପ୍ରଦାନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ  ମୁର୍ମୁ, ପ୍ରଯୋଜକ ଦୀପେନ୍ଦ୍ର ସାମଲ, ନିର୍ଦ୍ଦେଶକ  ବିଶାଲ ମୌର୍ଯ୍ୟ ଓ ଦେବୀ ପ୍ରସାଦ ଲେଙ୍କାଙ୍କୁ  ସମ୍ମାନିତ ହୋଇଛନ୍ତି । ଫିଚର୍‌ ଚଳଚ୍ଚିତ୍ର ବର୍ଗରେ  ଆଞ୍ଚଳିକ ଛବି ଭାବେ ଅନ୍ୟ ଓଡ଼ିଆ ଚଳଚ୍ଚିତ୍ରକୁ  ପଛରେ ପକାଇ ଦମ୍‌ର ସହ ‘ଦମନ’ ବିଜୟ  ହୋଇଛି । 

ଏଥିସହ ଅଣ ଫିଚର୍‌ ଚଳଚ୍ଚିତ୍ର  ବର୍ଗରେ ସତିଶ ଶର୍ମାଙ୍କ ନିର୍ଦ୍ଦେଶିତ କ୍ଷୁଦ୍ର ହିନ୍ଦୀ  ସିନେମା ‘ୟାନ୍‌’ ପାଇଁ ଓଡ଼ିଆ ପୁଅ ସାଉଣ୍ଡ୍‌  ଡିଜାଇନ୍‌ର ମାନସ ଚୌଧୁରୀ ମଧ୍ୟ ଜାତୀୟ  ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି । ‘ଦମନ’ ଏବଂ ସାଉଣ୍ଡ୍‌ ଡିଜାଇନ୍‌ର ଶ୍ରୀ ଚୌଧୁରୀଙ୍କୁ  ପୁରସ୍କାର ସ୍ୱରୂପ ରଜତ କମଳ ସହ ୨ ଲକ୍ଷ  ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯାଇଛି ।  ଦୁଇଟି ଭିନ୍ନ ଭିନ୍ନ ବର୍ଗରେ ଜାତୀୟ ସ୍ତରରେ  ଓଡ଼ିଆ ସିନେମା ଓ ଓଡ଼ିଆ ପୁରସ୍କୃତ ହେବା  ନିଶ୍ଚିତ ପକ୍ଷେ ଗର୍ବ ଏବଂ ଗୌରବର ବିଷୟ । 

ଏହି ସଫଳତା ପାଇଁ ଚାରିଆଡ଼ୁ ପ୍ରଶଂସା ଓ  ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସବୁଠି  ଓଡ଼ିଆ ଏବଂ ଓଡ଼ିଆ ଚଳଚ୍ଚିତ୍ରକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଅବସରରେ  ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏହାର  ନିର୍ମାତା, ନିର୍ଦ୍ଦେଶକ, କଳାକାର ଏବଂ ଏହା  ପଛରେ ଥିବା ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ  ଜଣାଇଛନ୍ତି । ଜାତୀୟ ସ୍ତରରେ ‘ଦମନ’ର  ଏହି ସଫଳତା ଆଗାମୀ ଦିନରେ ଆମ ଓଡ଼ିଆ  ସିନେମା ଜଗତକୁ ନିଶ୍ଚୟ ଉତ୍ସାହିତ କରିବ  ବୋଲି ସମସ୍ତେ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି ।  ମଞ୍ଚରେ ଅତିଥି ଭାବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ  ବୈଷ୍ଣବ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.