କଳାହାଣ୍ଡି,୫।୪ : ଚାଷ ଜମିରୁ କାମ କରି ଫେରୁଥିବା ସମୟରେ ହଠାତ ବଜ୍ରପାତ ହେବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ମହିଳା ଗୁରୁତର ହୋଇଛନ୍ତି l କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ବଳଦିଆମାଲ ଗ୍ରାମରୁ ଏକ ଦୁଃଖଦ ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ହେଲେ ସଞ୍ଚିତା ବିଶ୍ୱାଳ l ସେହିପରି ଗୁରୁତର ମହିଳା ମାନେ ହେଲେ ଖୀରଦେଇ ପ୍ରଧାନୀ,ସଂଯୁକ୍ତା ଲହଜଳ ଓ ଭୂମିସୁତା ଲହଜଳ l ସମସ୍ତଙ୍କୁ ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ବେଳେ ଜୁନାଗଡ଼ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l