ନୂଆଦିଲ୍ଲୀ,୨୬।୧: ଭାରତର ୭୭ ତମ ଗଣତନ୍ତ୍ର ଦିବସ ଅବସରରେ ଚୀନ୍ର ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ-ଚୀନ୍ ସମ୍ପର୍କକୁ ନେଇ ସକାରତ୍ମକ ଓ ବନ୍ଧୁତ୍ବପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି। ସେ କହିଛନ୍ତି, ଭାରତ ଓ ଚୀନ୍ ଭଲ ପଡୋଶୀ ହିଁ ନୁହେଁ, ବଂର ଭଲ ବନ୍ଧୁ ଓ ପାର୍ଟନର। ସି ଜିନପିଙ୍ଗଙ୍କ କହିବା ଅନୁସାରେ,ଦୁଇ ଦେଶର ମଜବୁତ ସମ୍ପର୍କ ନା କେବଳ ଏସିଆ ବଂର ପୁରା ଦୁନିଆରେ ଶାନ୍ତି ଓ ସମୃଦ୍ଧି ପାଇଁ ଜରୁରୀ।

ଚୀନ୍ର ସରକାରୀ ସମାଚାର ଏଜେନ୍ସି ସିହ୍ନୁଆ ଅନୁସାରେ, ଜିନପିଙ୍ଗ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଗଣତନ୍ତ୍ର ଦିବସର ଶୁଭକାମନା ମଧ୍ୟ ଦେବେ। ସେ କହିଛନ୍ତି ଭାରତ ଓ ଚୀନ୍ ଭଳି ବଡ଼ ଦେଶ ଭିତରେ ପାରସ୍ପାରିକ ସହଯୋଗରେ ବିଶ୍ବ ସ୍ଥିରତା ବଜାୟ ରଖିବାରେ ସାହାଯ୍ୟ ମିଳିଥାଏ ଓ ଦୁନିଆକୁ ଆଗକୁ ବଢାଇବାର ରାସ୍ତା ମଜବୁତ ହୋଇଥାଏ।

ଜିନପିଙ୍ଗ କହିଛନ୍ତି, ଚୀନ୍ର ସବୁବେଳେ ଏହି ଭାବନା ରହିଛି ଯେ,ଭାରତ ଓ ଚୀନ୍କୁ ଭଲ ପଡୋଶୀ, ବନ୍ଧୁ ଓ ପାର୍ଟନର ହୋଇ ଚାଲିବା ଦୁଇ ଦେଶର ହିତରେ ରହିଛି। ସେ ସହଜ ଶବ୍ଦରେ ବୁଝାମଣା କରି କହିଛନ୍ତି ଯେ, ଭାରତ ଓ ଚୀନ୍ର ସମ୍ପର୍କ ଏଭଳି ହେବା ଦରକାର ଯେପରି ଡ୍ରାଗନ୍ ଓ ହାତୀ ଏକାଠି ନାଚୁଛନ୍ତି ଅର୍ଥାତ ଦୁହେଁ ମିଶିକି ଆଗକୁ ବଢିବେ। ଚୀନ୍ର ରାଷ୍ଟ୍ରପତି ମଧ୍ୟ ଏହି ଆଶା ଦେଖାଇଛନ୍ତି ଯେ,ଆଗାମୀ ସମୟରେ ଦୁଇ ଦେଶ ପାରସ୍ପାରିକ ଆଲୋଚନାକୁ ବଢାଇବ, ପରସ୍ପର ସହିତ ଅଧିକ ଯୋଡି ହେବ ଓ ମିଶିକି କାମ କରିବ। ଏହା ସହ ସେ କହିଛନ୍ତି ଯଦି ଦୁଇ ଦେଶ ପରସ୍ପରର ଚିନ୍ତାକୁ ବୁଝି ଏହାର ସମାଧାନ କରିବ, ତେବେ ଭାରତ- ଚୀନ୍ ସମ୍ପର୍କ ଆହୁରି ଅଧିକ ମଜବୁ, ସନ୍ତୁଳିତ ଓ ସ୍ଥିର ରହିପାରେ।

ଉଲ୍ଲେଖନୀୟ ଯେ,୨୦୨୦ ରେ ଏଲଏସିରେ ହୋଇଥିବା ସଂଘର୍ଷରେ ୨୦ ଭାରତୀୟ ଓ ୪ ଜଣ ସୈନିକଙ୍କ ମୃତ୍ୟୁ ପରେ ଭାରତ-ଚୀନ୍ ସମ୍ପର୍କ ବିବାଦୀୟ ହୋଇଯାଇଥିଲା। ଏହାପରେ ହିମାଳୟର ସୀମାରେ ଦୁଇ ଦେଶ ସେନା ମୁତୟନକୁ ବଢାଇ ଦେଇଥିଲା। ତେବେ ଗତ ବର୍ଷରୁ ଦୁଇ ଦେଶ ଭିତରେ ଉଚ୍ଚସ୍ତରୀୟ ଦ୍ବିପାକ୍ଷିକ ବୈଠକ ଓ ଗସ୍ତ ଜରିଆରେ ସମ୍ପର୍କକୁ ସଜାଡିବାର ଚେଷ୍ଟା ବଢି ଯାଇଛି। ସି ଜିନପିଙ୍ଗଙ୍କ ଏହ ବୟାନ ଏହି ପରିପ୍ରେକ୍ଷୀରେ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।

ଆହୁରି ପଢନ୍ତୁ :କାନାଡାର ବର୍ନାବିରେ ଭାରତୀୟ ବଂଶୋଦ୍ଭବ ଯୁବକଙ୍କୁ ଗୁଳି କରି ହତ୍ୟା, ଗ୍ୟାଙ୍ଗ ୱାର ସନ୍ଦେହ