ନୂଆଦିଲ୍ଲୀ,୦୮/୦୬; ସକାଳୁ ସକାଳୁ ଭୟଙ୍କର ଭୂକମ୍ପ ଝଟକା । ଥରିଲା ମାଟି, ଲୋକ ଛାନିଆ । ଜୀବନ ବିକଳରେ ଏଣେତେଣେ ଦୌଡିଲେ । ଫିଲିପାଇନ୍ସରେମ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୭.୮ ରେକର୍ଡ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏ ନେଇ ସୂଚନା ଦେଇଛି । ଇଣ୍ଡୋନେସିଆ, ଫିଲିପାଇନ୍ସ ସମେତ ୫ ଦେଶକୁ ବିନାଶକାରୀ ସୁନାମି ଆଲର୍ଟ ଦିଆଯାଇଛି । ଗତକାଲି ଭୁଟାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ରବିବାର ବିଳମ୍ବିତ ରାତିରେ ସିକିମ ଏବଂ ଉତ୍ତର ବଙ୍ଗର କିଛି ସ୍ଥାନରେ ୫.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଛି । ୭.୮ ତୀବ୍ରତାରେ ଫିଲିପାଇନ୍ସରେ ଭୟଙ୍କର ଭୂକମ୍ପ ଝଟ୍କା ଲାଗିଛି । ଯାହାକୁ ନେଇ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି ।

ଫିଲିପାଇନ୍ସରେ ଏହି ଶକ୍ତିଶାଳୀ ଭୂକମ୍ପ ଝଟକା , ଯାହା ଅତ୍ୟନ୍ତ ବିପଜ୍ଜନକ ଶ୍ରେଣୀର ଅଟେ । ଫିଲିପାଇନ୍ସ, ଇଣ୍ଡୋନେସିଆ ଏବଂ ଜାପାନର ଅନେକ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ସୁନାମି ସତର୍କ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ଫିଲିପାଇନ୍ସର ମିନ୍ଦାନାଓ ଦ୍ୱୀପ ନିକଟରେ ରହିଛି । ଏହି ଶକ୍ତିଶାଳୀ ଭୂକମ୍ପ ପରେ ପ୍ରଶାସନ ପକ୍ଷରୁ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ସୁନାମି ଆଲର୍ଟ ଜାରି କରାଯାଇଛି । ସୁନାମି ଆଶଙ୍କାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ତୁରନ୍ତ ଘର ଖାଲି କରି ସୁରକ୍ଷିତ ତଥା ଉଚ୍ଚ ସ୍ଥାନକୁ ଚାଲିଯିବା ପାଇଁ ସରକାରୀ ସ୍ତରରେ ନିର୍ଦ୍ଦେଶ ଦିଆଯାଇଛି । ସମୁଦ୍ରରେ ବିରାଟ ମାରାତ୍ମକ ଲହଡ଼ି ଆସିବାର ସମ୍ଭାବନା ଥିବାରୁ ମିନ୍ଦାନାଓ ଏବଂ ଏହାର ଆଖପାଖ ଦ୍ୱୀପଗୁଡ଼ିକରେ ହାଇ-ଆଲର୍ଟ ଜାରି କରାଯାଇଛି ।

ଏହା ବି ପଢନ୍ତୁ...ହିଜବୁଲାର ଗଡ ବେରୁତ କମାଣ୍ଡ ସେଣ୍ଟରରେ ଇସ୍ରାଏଲର ଧ୍ବଂସଲୀଳା, ନେତାନ୍ୟାହୁ କହିଲେ ‘ହିସାବ ବରାବର’…

ପ୍ରଳୟଙ୍କରୀ ଭୂମିକମ୍ପ ଯୋଗୁଁ ଅନେକ ସ୍ଥାନରେ ବଡ଼ ବଡ଼ ଅଟ୍ଟାଳିକା ଏବଂ ଘରଦ୍ୱାର ଦୋହଲି ଥିଲା । ଲୋକେ ଭୟଭୀତ ହୋଇ ଖୋଲା ପଡ଼ିଆକୁ ଦୌଡ଼ି ପଳାଇଥିଲେ। ବର୍ତ୍ତମାନ ସୁଦ୍ଧା କେତେ ପରିମାଣର କ୍ଷୟକ୍ଷତି ହୋଇଛି ଏବଂ କେହି ମୃତାହତ ହୋଇଛନ୍ତି କି ନାହିଁ, ସେ ନେଇ ସ୍ପଷ୍ଟ ସୂଚନା ମିଳିପାରି ନାହିଁ। କିନ୍ତୁ ଭୂମିକମ୍ପର ତୀବ୍ରତାକୁ ଦେଖି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି । ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟ ପ୍ରଶାସନ ସ୍ଥିତି ଉପରେ ନଜର ରଖିଛନ୍ତି । ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଫିଲିପାଇନ୍ସର ବୁରିଆସ୍ ସିଟିରୁ ପ୍ରାୟ୨୫ କିଲୋମିଟର ପଶ୍ଚିମ-ଦକ୍ଷିଣପଶ୍ଚିମରେ ଥିଲା। ସ୍ଥାନୀୟ ସମୟ ସକାଳ ୭ଟା ୩୭ ମିନିଟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ଭୂମିକମ୍ପ ପରେ ଶକ୍ତିଶାଳୀ ପରବର୍ତ୍ତୀ ଝଟକା ଆସିପାରେ ବୋଲି ସତର୍କ କରାଯାଇଛି । ଫିଲିପାଇନ୍ସ ବିଶ୍ୱର ସବୁଠାରୁ ଭୂମିକମ୍ପପ୍ରବଣ ଦେଶ ମଧ୍ୟରୁ ଗୋଟିଏ। ଏହା ପ୍ରଶାନ୍ତ ମହାସାଗରର "ରିଙ୍ଗ୍ ଅଫ୍ ଫାୟାର" ରେ ଅବସ୍ଥିତ, ଯେଉଁଠାରେ ଭୂମିକମ୍ପ ଏବଂ ଜ୍ୱାଳାମୁଖୀ କାର୍ଯ୍ୟକଳାପ ପ୍ରାୟତଃ ଘଟେ ।