ନୂଆଦିଲ୍ଲୀ: ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରାଯାଇଥିଲା । ଏହାପରେ ପ୍ରମାଣ ନଷ୍ଟ କରିବା ପାଇଁ ଫ୍ରିଜରେ ରଖାଯାଇଥିଲା । ଆଉ ମୃତଦେହକୁ ଭିନ୍ନ ଭିନ୍ନ ସ୍ଥାନରେ ଫୋପାଡ଼ିଥିଲା ଅଭିଯୁକ୍ତ । ସାରା ଦେଶରେ ଚହଳ ସୃଷ୍ଟି କରିଥିଲା ବହୁ ଚର୍ଚ୍ଚିତ ଶ୍ରଦ୍ଧା ଓ୍ବାକର ହତ୍ୟାକାଣ୍ଡ । ଏବେ ଏହି ମାମଲା ଏକ ନୂଆ ମୋଡ ନେଇଛି । ଦକ୍ଷିଣ ଦିଲ୍ଲୀର ଏକ ସେସନ୍ସ କୋର୍ଟ ଏହି ମାମଲାର ପ୍ରମୁଖ ଡିଜିଟାଲ ଲିଙ୍କ୍ ସହିତ ବିଦେଶୀଙ୍କ ସାକ୍ଷୀଙ୍କୁ ଯୋଡ଼ିବା ପାଇଁ ସରକାରୀ ଓକିଲଙ୍କ ଅନୁରୋଧ ଖାରଜ କରାଯାଇଛି । ବିଭିନ୍ନ ଟେକ୍ କମ୍ପାନୀ ଗୁଗଲ ଏବଂ ମେଟାରେ ଏବଂ ଡେଟିଂ ଆପ ଭଳି ଟେକ କମ୍ପାନୀରେ କାମ କରୁଥିବା ସାକ୍ଷୀଙ୍କୁ ଭିଡିଓ କନଫରେନିଂରେ ଯୋଡ଼ିବାକୁ ଆବେଦନ କରାଯାଇଥିଲା ।

କହି ରଖୁଛୁ କି, ଏହି ମାମଲାର ଶୁଣାଣି ବେଳେ ଅତିରିକ୍ତ ସେସନ୍ସ ଜଜ୍ ହରଗୁରବିନ୍ଦର ସିଂହ ଜଗି ଏହି ମାମଲାରେ ଶୁଣାଣିବେଳେ କହିଛନ୍ତି କି, ଅଭିଯୋଗକାରୀଙ୍କୁ ନୂତନ ଆବେଦନ କରିବାକୁ ପଡ଼ିବ । କୋର୍ଟ ଉଲ୍ଲେଖ କରିଛନ୍ତି ୨୦୨୧ର ପୁରୁଣା ନିୟମକୁ ବଦଳାଇ ଜୁଲାଇ ୨୦୨୫ରେ ନୂତନ ଇଲେକ୍ଟୋନିକ୍ ପ୍ରମାଣ ଏବଂ ଭିଡିଓ କନଫରେନ୍ସିଂ ନିୟମ କାର୍ଯ୍ୟକାରୀ ହୋଇଥିଲା । ଯେହେତୁ ଆଇନଗତ ଢ଼ାଞ୍ଚା ପରିବର୍ତ୍ତନ ହୋଇଛି, ପୁରୁଣା ନିୟମ ଉପରେ ଆଧାରିତ ଆବେଦନ ଗୁଡ଼ିକୁ ଅନୁସରଣ କରାଯାଇପାରିବ ନାହିଁ ।

ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲାରେ କୋର୍ଟ ବର୍ତ୍ତମାନର ଆବେଦନକୁ ବୈଷୟିକ ଆଧାରରେ ଖାରଜ କରି ଦେଇଥିଲେ । ଜୁଲାଇ ୨୦୨୫ରୁ ଲାଗୁ ହୋଇଥିବା ନୂତନ ଭିଡିସ କନଫରେନ୍ସିଂ ମାଧ୍ୟମରେ ପ୍ରମାଣ ପରୀକ୍ଷା ନିୟମ ମାଧ୍ୟମରେ ଯେକୌଣସି ବିଦେଶୀ ସାକ୍ଷୀଙ୍କ ସାକ୍ଷ୍ୟ ରେକର୍ଡ କରିବା ପାଇଁ ଅଭିଯୁକ୍ତଙ୍କ ସମ୍ମତି ବାଧ୍ୟତାମୂଳକ ଥିଲା । ତେବେ ଏହାକୁ ନେଇ ଅଭିଯୁକ୍ତମାନେ ବାରମ୍ବାର ସାକ୍ଷ୍ୟ ଉପରେ ମନା କରି ଆସୁଥିଲେ । ତଥାପି ନୂଆ ନିୟମ ନିୟମ ଅନୁସାରେ ଅଭିଯୁକ୍ତଙ୍କ ସମ୍ମତି ପାଇଁ ଆବଶ୍ୟକତାକୁ ସମ୍ପୂର୍ଣ୍ଣ ଭାବରେ ଉଚ୍ଛେଦ କରାଯାଇଛି । ଯାହାଦ୍ବାରା ଭବିଷ୍ୟତରେ ବିଦେଶୀ ସାକ୍ଷୀଙ୍କ ଭିଡିଓ ସାକ୍ଷ୍ୟ ରେକର୍ଡ କରିବାର ପ୍ରକ୍ରିୟାକୁ ସରଳ କରିପାରିବ ।

ଏହାସହ ପଢ଼ନ୍ତୁ : ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା: ଗୋରୀ ଝିଅ ଚାହୁଁଥିଲେ OAS ପ୍ରେମିକ, ମୃତଦେହ ମିଳିବା ପରଠୁ ଫେରାର୍‌

କୋର୍ଟ ପବ୍ଲିକ୍ ପ୍ରସିକ୍ୟୁସନ୍ ପାଇଁ ଦ୍ୱାର ବନ୍ଦ କରିନାହାଁନ୍ତି। ଜୁନ୍ ୧ ତାରିଖରେ ଦିଆଯାଇଥିବା ତାଙ୍କ ଆଦେଶରେ, ସେସନ୍ସ କୋର୍ଟ ସ୍ପଷ୍ଟ ଭାବରେ କହିଥିଲେ ଯେ ନୂତନ ଆଇନଗତ ବ୍ୟବସ୍ଥା ଏବଂ ପ୍ରଚଳିତ ନିୟମ ଅନୁଯାୟୀ ତୁରନ୍ତ ନୂତନ ଆବେଦନ ଦାଖଲ କରାଯାଇପାରିବ, ଯାହା ଦ୍ଵାରା ଏହି ସମ୍ବେଦନଶୀଳ ମାମଲାର ଶୁଣାଣି ନୂତନ ଆଇନ ଅନୁଯାୟୀ ବିନା ବିଳମ୍ବରେ ଆଗକୁ ବଢ଼ିପାରିବ। କୋର୍ଟ ପବ୍ଲିକ୍ ପ୍ରସିକ୍ୟୁସନ୍ ପାଇଁ ଦ୍ୱାର ବନ୍ଦ କରିନାହାଁନ୍ତି। ଜୁନ୍ ୧ ତାରିଖରେ ଦିଆଯାଇଥିବା ତାଙ୍କ ଆଦେଶରେ, ସେସନ୍ସ କୋର୍ଟ ସ୍ପଷ୍ଟ ଭାବରେ କହିଥିଲେ ଯେ ନୂତନ ଆଇନଗତ ବ୍ୟବସ୍ଥା ଏବଂ ପ୍ରଚଳିତ ନିୟମ ଅନୁଯାୟୀ ତୁରନ୍ତ ନୂତନ ଆବେଦନ ଦାଖଲ କରାଯାଇପାରିବ, ଯାହାଦ୍ଵାରା ଏହି ସମ୍ବେଦନଶୀଳ ମାମଲାର ଶୁଣାଣି ବିନା ବିଳମ୍ବରେ ନୂତନ ଆଇନ ଅନୁଯାୟୀ ଆଗକୁ ବଢ଼ିପାରିବ।

ଶ୍ରଦ୍ଧା ଓ୍ବାକର ହତ୍ୟା ମାମଲା କ’ଣ ?

୨୦୨୨ ମସିହାରେ ଦିଲ୍ଲୀର ମେହରୌଲି ଅଞ୍ଚଳରେ ଶ୍ରଦ୍ଧା ଓ୍ବାକରଙ୍କ ହତ୍ୟା ହୋଇଥିଲା । ତେବେ ଏହି ହତ୍ୟା ଆଉ କେହି ନୁହେଁ ବରଂ ତାଙ୍କ ଲିଭ୍-ଇନ୍ ପାର୍ଟନର ଆଫତାବ୍ ଅମିନ୍ ପୁନାଓ୍ବାଲା ହିଁ ହତ୍ୟା କରିଥିଲା । ଗଳାକାଟି ଅତି ନୃଂଶସଭାବେ ହତ୍ୟା କରିବା ପରେ ମୃତଦେହକୁ ୩୫ ଖଣ୍ଡ କରିଥିଲା । ଚାଲାକର ସହ ଏଗୁଡ଼ିକୁ ଫ୍ରିଜରେ ରଖି ଜଙ୍ଗଲରେ ଫୋପାଡ଼ୁଥିଲା । ପ୍ରମାଣ ନଷ୍ଟ କରିବା ପାଇ ଅଭିଯୁକ୍ତ ଏକ ମାଷ୍ଟର ମାଇଣ୍ଡ ଖଟାଇଥିଲା । ମାତ୍ର ଶେଷରେ ଅଭିଯୁକ୍ତକୁ ଧରିବାରେ ପୁଲିସ ସଫଳ ହୋଇଛି । ତେବେ ଏହି ଏହି ଘଟଣାରେ ହିଜିଟାଲ ଏବଂ ଇଲେକ୍ଟେ୍ରାନିକ୍ ପ୍ରମାଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି ।

ଏହାସହ ପଢ଼ନ୍ତୁ : Vaibhav Suryavanshi: 'ଖାଲି ଖେଳିବିନି ୧୦-୨୦ ବର୍ଷ ରାଜ କରିବି'; ଭାରତର ଡକରା ପରେ ବଡ଼ କଥା କହିଲେ ବୈଭବ