ନୂଆଦିଲ୍ଲୀ: ଭଡ଼ାଘରେ ରଖିଲା, ସ୍ବାମୀ ସ୍ତ୍ରୀଙ୍କ ଭଳି ରହିଲୁ । କଲମା ପଢ଼ାଇଲା, ଧର୍ମ ବଦଳାଇଲା । ଯାହା କହିଲା ସବୁ ଶୁଣିଲି ହେଲେ ମୋତେ ଧୋକା ଦେଇଦେଲା । ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଏଭଳି ଏକ ଖବର । ପରିଚୟ ଳୁଚାଇ ଜଣେ ଯୁବତୀଙ୍କ ସହ ଶାରିରୀକ ସମ୍ପର୍କ ରଖିଥିବାବେଳେ ହତ୍ୟା କରିବା ପାଇଁ ଧମକ ଦେଉଥିବା ଭଳି ଅଭିଯୋଗ ହୋଇଛି ।

ପୀଡ଼ିତା ଜଣକ କହିଛନ୍ତି କି, ଦେଢ଼ବର୍ଷ ପୂର୍ବେ ତାଙ୍କ ସହ ଅଜାଘରକୁ ଯାଇଥିବାବେଳେ ଭେଟ ହୋଇଥିଲା । ପରେ ସୋସିଆଲ ମିଡିଆରୁ ଆରମ୍ଭ ହୋଇଥିଲା କଥାବାର୍ତ୍ତା । ଆଉ ନମ୍ବର ଦିଆନିଆ ହେବା ପରେ ସମ୍ପର୍କ ଆଗକୁ ବଢ଼ିଥିଲା । ପ୍ରଥମେ ବନ୍ଧୁତା ଆଉ ପରେ ପରେ ପ୍ରେମରେ ପରିଣତ ହୋଇଥିଲା । ଆଉ ସେ ମୋତେ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ । ମୁଁ ମଧ୍ୟ ବିଶ୍ବାସ କରିଯାଇଥିଲି ।

ଆମେ ଗୋଟିଏ ଘରେ ରହିଥିଲୁ । ସେ ମୋତେ ଏକ ଭଡ଼ାଘରେ ରଖିଥିଲେ । ଆମେ ସ୍ବାମୀ-ସ୍ତ୍ରୀଙ୍କ ଭଳି ରହିଥିଲୁ । ସେ ମୋ ସହ ଶାରିରୀକ ସମ୍ପର୍କ ରଖିଲା । ପରେ ତାର ଅସଲ ରୂପ ବାହାରିଲା । ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କଲା । ଏମିତିକି ମୋତେ କଲମା ମଧ୍ୟ ପଢ଼ାଇଲା । ଧର୍ମ ପରିବର୍ତ୍ତନ ନକଲେ ହତ୍ୟା କରିବାକୁ ଧମକ ଦେଲା । ଧିରେ ଧିରେ ତା ସମ୍ପର୍କରେ ସବୁ ସତ ଜାଣିବାକୁ ପାଇଲି । ସେ ପୂର୍ବରୁ ବିବାହିତ ହୋଇଥିବାବେଳେ ସେ ୨ ଛୁଆର ବାପା ।

ସେ ମୋତେ ଧର୍ମ ବଦଳାଇବାକୁ ବାଧ୍ୟ କରି କଲମା ପଢ଼ାଇଲା । ମୁଁ ବିରୋଧ କରିବାରୁ ମୋର ଅଶ୍ଲୀଳ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲା । ଏହାସହ ହତ୍ୟା କରିବାକୁ ମଧ୍ୟ ଧମକ ଦେଇଥିଲା । ଯୁବତୀ ଜଣକ ଏହାସହ ଏକ ସାଙ୍ଘାତିକ ଅଭିଯୋଗ ମଧ୍ୟ ଆଣିଛନ୍ତି । ସେ କହିଛନ୍ତି ଏଭଳି ଏକ ଗ୍ୟାଙ୍ଗ ମଧ୍ୟ ରହିଛନ୍ତି । ଯେଉଁମାନେ ଏଭଳି କାମରେ ଲିପ୍ତ ରହିଛନ୍ତି।

ଏହାସହ ପଢ଼ନ୍ତୁ : Tailor Salary In USA: ଦିନେ ଖଟିଲେ ଖାଇବେ କି ମାସେ ? ଆମେରିକାର ଟେଲରିଂ ରୋଜଗାର କରିଦେବ ଆଶ୍ଚର୍ଯ୍ୟ !