ବ୍ରହ୍ମପୁର , ୭।୬ : ବୁରାତାଲ ଅଞ୍ଚଳରୁ ବ୍ରହ୍ମପୁର ପୋଲିସ ଦୁଇଟି ବାଘ ଚମଡ଼ା ଜବତ କରିବା ସହ ୨ ଅଭିଯୁକ୍ତ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ କେଶବା ଜମାଦାର ଓ ବୀରା ଜମାଦାର । ଏଥିସହ ଅଭିଯୁକ୍ତ କେଶବା ଜମାଦାରଙ୍କଠାରୁ ଦୁଇଟି ଜୀବନ୍ତ ହାତ ତିଆରି ବୋମା ଏବଂ ଅଭିଯୁକ୍ତ ବୀରା ଜମାଦାରଙ୍କଠାରୁ ଗୋଟିଏ ଖଣ୍ଡା ଜବତ କରିଛି ପୁଲିସ

ଜରଡା ପୋଲିସ ଆଜି ଅପରାହ୍ନରେ ବିଶ୍ୱସ୍ତ ସୂଚନା ପାଇ ଉପର ବୁରାତାଲ ଅଞ୍ଚଳକୁ ଯାଇଥିଲା।ପାହାଡ଼ ଉପର ଅଞ୍ଚଳରେ ଜଙ୍ଗଲ ଆଡକୁ ଦୁଇଜଣ ବ୍ୟକ୍ତି ଦୌଡ଼ି ଯାଉଥିବା ବେଳେ ପୋଲିସ ପିଛା କରିଥିଲା। ପିଛା କରିବା ସମୟରେ, ଅଭିଯୁକ୍ତମାନେ ପୋଲିସ ଦଳକୁ ଜୋର ଜବରଦସ୍ତ ଠେଲି ଦେଇଥିଲେ ଏବଂ ଶାରୀରିକ ବଳ ପ୍ରୟୋଗ କରିଥିଲେ।ଜଣେ ଅଭିଯୁକ୍ତ ଖଣ୍ଡା ଉଠାଇ ପୋଲିସ କର୍ମଚାରୀଙ୍କୁ ଧମକ ଦେଇଥିଲା। ଉଭୟ ଅଭିଯୁକ୍ତଙ୍କୁ ବହୁତ କଷ୍ଟରେ ଗିରଫ କରିଥିଲା ପୁଲିସ। ଖୋଜାଖୋଜି କରିବା ପରେ ଗୋଟିଏ ଚିତାବାଘର ଦୁଇଟି ପୂର୍ଣ୍ଣ ଆକାରର ଚମଡ଼ା ଥିବା ଦୁଇଟି ଜରି ବ୍ୟାଗ ଉଦ୍ଧାର କରିଥିଲା ପୁଲିସ । ତଲାସୀ ସମୟରେ, ଅଭିଯୁକ୍ତ କେଶବା ଜମାଦାରଙ୍କଠାରୁ ଦୁଇଟି ଜୀବନ୍ତ ହାତ ତିଆରି ବୋମା ଏବଂ ଅଭିଯୁକ୍ତ ବୀରା ଜମାଦାରଙ୍କଠାରୁ ଗୋଟିଏ ଖଣ୍ଡା ଜବତ କରିଛି ପୁଲିସ ।

ଆହୁରି ପଢନ୍ତୁ : ନିଖୋଜ ୨୬ ଦିନ ପରେ ଜଙ୍ଗଲରୁ ଯୁବତୀଙ୍କ କଙ୍କାଳ ଉଦ୍ଧାର, ହତ୍ୟା କରି ପୋତି ଦେଇଥିଲା ପ୍ରେମିକ