ନୂଆଦିଲ୍ଲୀ,୧୬।୧୦: କୋଟି କୋଟି କେନ୍ଦ୍ରୀୟ କର୍ମଚାରୀଙ୍କ ଓ ପେନଶନ୍ ଭୋଗୀଙ୍କ ପାଇଁ ଖୁସି ଖବର। ମୋଦି ସରକାର ଦୀପାବଳି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଡିଏ ବୃଦ୍ଧି କରିବାର ଘୋଷଣା କରିଛନ୍ତି। ମୋଦି କ୍ୟାବିନେଟ୍ ବୁଧବାର ନିଜ ବୈଠକରେ ଅଫିସିଆଲି ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୩% ବୃଦ୍ଧି ପରେ ଏବେ କର୍ମଚାରୀଙ୍କୁ ମିଳୁଥିବା ଡିଏ୍ ବଢିକି ୫୩% ହୋଇଯିବ। ଏହି ବୃଦ୍ଧି ଫଳରେ ୧ କୋଟିରୁ ଅଧିକ କେନ୍ଦ୍ର କର୍ମଚାରୀ ଓ ପେନଶନ୍ଭୋଗୀଙ୍କୁ ଲାଭ ମିଳିବାର ଆଶା ରହିଛି। ଉଲ୍ଲେଖନୀୟ ଯେ, ଡିଏ ବୃଦ୍ଧି ୧ ଜୁଲାଇ ୨୦୨୪ରୁ ଲାଗୁ ହେବ।
ଉଲ୍ଲେଖନୀୟ ଯେ, କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି ଜୁଲାଇରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ରହିଛି। ଏଭଳି ସ୍ଥିତିରେ କେନ୍ଦ୍ର କର୍ମଚାରୀଙ୍କୁ ଅକ୍ଟୋବର ଦରମାରେ ତିନି ମାସ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରର ଡିଏ ଏରିଅର ମିଳିବ। ଉଲ୍ଲେଖନୀୟ ଯେ, କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ଦେଇଥାଏ। ସେଭଳି ପେନଶନଭୋଗୀଙ୍କୁ ଡିଆର ଦିଆଯାଏ। ସାଧାରଣତ ଡିଏ ଓ ଡିଆର ବର୍ଷରେ ଦୁଇଥର ବୃଦ୍ଧି ହୋଇଥାଏ। ଜାନୁଆରୀ ଓ ଜୁଲାଇ। ଏପର୍ଯ୍ୟନ୍ତ କୋଟି କୋଟି କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନଶନଭୋଗୀଙ୍କୁ ୫୦% ମହଙ୍ଗା ଭତ୍ତା ମିଳୁଛି। ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ ସରକାର ୪% ଡିଏ ଓ ଡିଆର ଗଣନା କରିବାର ଫର୍ମୁଲକୁ ସଂଶୋଧିତ କରିଥିଲେ। ୩୦ ସେପ୍ଟେମ୍ବରରେ କନଫେଡେରେସନ୍ ଅଫ୍ ସେଣ୍ଟ୍ରାଲ ଗର୍ଭମେଣ୍ଟ ଏମ୍ପଲଇଜ୍ ଆଣ୍ଡ ଓ୍ବାକର୍ସ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଡିଏ/ଡିଆର ବୃଦ୍ଧି କରିବାର ଘୋଷଣାରେ ବିଳମ୍ବ ନେଇ ଚିନ୍ତା ବ୍ୟକ୍ତ କରିଥିଲେ।
ଉଲ୍ଲେଖନୀୟ ଯେ, କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ଡିଏ ତାଙ୍କ ବେସିକ୍ ସାଲାରୀ ଆଧାରରେ ଧାର୍ଯ୍ୟ କରାଯାଇଥାଏ। ମାନି ନିଅନ୍ତୁ କୌଣସି କର୍ମଚାରୀଙ୍କ ମୂଳ ବେତନ ୩୦ ହଜାର ଟଙ୍କା ଓ ତାଙ୍କ ଡିଏ ୩% ବଢାଯାଇଛି ତେବେ ତାଙ୍କ ଦରମା ୯୦୦ ଟଙ୍କା ବୃଦ୍ଧି ହେବ। ଯଦି ବେସିକ୍ ସାଲାରୀ, ଡିଏ୍ ଓ ଆବାସ ଭତ୍ତା ଅର୍ଥାତ ଏଚ୍ଆରଏ ଯୋଡି ତାଙ୍କ ସାଲାରୀ ୫୫୦୦୦ ପୂର୍ବରୁ ଆସୁଛି ତେବେ ତାହା ଏବେ ୫୫,୯୦୦ ଟଙ୍କା ହେବ।