ନୂଆଦିଲ୍ଲୀ,୧୨/୪: ଆର୍ଥିକ ବର୍ଷ ୨୦୨୬-୨୭ରେ ରେଲୱେରେ ୮ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ଯାତ୍ରାକୁ ଆରାମଦାୟକ ଏବଂ ହାଇଟେକ କରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି । ରେଳ ମନ୍ତ୍ରଣାଳୟ ଟିକଟ ବାତିଲଠାରୁ ଆରମ୍ଭ କରି ରିଫଣ୍ଡ ନିୟମ, ହାଇଡ୍ରୋଜେନକୁ ଟ୍ରାକକୁ ଆଣିବା, ୧୨ ବନ୍ଦେ ଭାରତ ସ୍ଲିପର ଟ୍ରେନ ଚଳାଚଳ କରିବା ନେଇ ଜୋରଦାର ପ୍ରସ୍ତୁତି କରୁଛି । ୧୫ ଏପ୍ରିଲରୁ ଲାଗୁ ହେବ ରିଫଣ୍ଡର ନୂଆ ନିୟମ ।

ନୂଆ ନିୟମ ମୁତାବକ, ଟ୍ରେନ ଛାଡିବାର ୮ ଘଣ୍ଟା ଆଗରୁ ଟିକଟ ବାତିଲ କଲେ ସେ କ୍ଷେତ୍ରରେ ରିଫଣ୍ଡ ମିଳିବ । ଏହା ପୂର୍ବରୁ ୪ ଘଣ୍ଟା ଥିଲା ଯାହାକୁ ୮ ଘଣ୍ଟାକୁ ବୃଦ୍ଧି କରାଯାଇଛି । ସେହିଭଳି କାଉଣ୍ଟର ଟିକଟକୁ ଯେକୌଣସି ଷ୍ଟେଶନରୁ ବାତିଲ କରାଯାଇପାରିବ । ଏହା ରେଳ ଯାତ୍ରୀଙ୍କ ଲାଗି ବଡ ଆଶ୍ୱସ୍ତି । ଯାତ୍ରୀ ଚାର୍ଟ ପ୍ରସ୍ତୁତ ହୋଇ ସାରିବା ପରେ ମଧ୍ୟ ବୋର୍ଡିଂ ଷ୍ଟେଶନକୁ ପରିବର୍ତ୍ତନ କରିପାରିବେ ।

​​​​​​​

ଅଧିକ ପଢ଼ନ୍ତୁ :- କୁନୋ ନ୍ୟାସନାଲ ପାର୍କରୁ ଆସିଲା ଖୁସି ଖବର, ୪ ଚିତା ଶାବକ ଜନ୍ମ, ଫଟୋ ସେୟାର କଲେ ସିଏମ୍

ସେହିଭଳି ଟ୍ରାଭେଲ କ୍ଲାସକୁ ଅପ୍ଗ୍ରେଡ ସୁବିଧା ମଧ୍ୟ ମିଳିବ । ହାଇଡ୍ରୋଜେନ ଟ୍ରେନ ଯୋଗୁ ପ୍ରଦୂଷଣ ମୁକ୍ତ ରେଳ ଯାତ୍ରା ସମ୍ଭବ ହେବ । ଦୂରଗାମୀ ଯାତ୍ରକୁ ନଜରରେ ରଖି ୧୨ ନୂଆ ବନ୍ଦେ ଭାରତ ସ୍ଲିପର ଟ୍ରେନ ଚଳାଚଳ କରିବାକୁ ଯାଉଛି । ଏଥିରେ ରହିବ ଅତ୍ୟାଧୁନିକ ଫିଚର । ସାରା ଦେଶରେ ୭୫ ପ୍ରମୁଖ ଷ୍ଟେଶନ ଗୁଡ଼ିକରେ ନୂଆ ହୋଲ୍ଡିଂ ଏରିଆ ସ୍ଥାପନ କରାଯିବ । ଏହା ଦ୍ୱାରା ଭିଡରୁ ମିଳିବ ଆଶ୍ୱସ୍ତି । ସେହିଭଳି ରେଲୱେର ବ୍ରଡ ଗେଜ୍ ନେଟୱର୍କରେ ୧୦୦% ବିଦ୍ୟୁତୀକରଣ ନିକଟବର୍ତ୍ତି ହୋଇଛି ।