ପ୍ରମୂଖ ଖବର
  • ଭୁବନେଶ୍ବରରେ ଖୋଲିବ ଏନଆଇଏ ଶାଖା
  • ||
  • କଟକ : କାଠଯୋଡିରେ ବୁଡି ଜଣେ ମୃତ, ଜଣେ ନିଖୋଜ
  • ||
  • ବେଲପାହାଡରେ ରାସନ କାର୍ଡ ବାଣ୍ଟିଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ
  • ||
  • ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ପକ୍ଷରୁ ତାଳଦଣ୍ଡା କେନାଲର ଉଭୟପଟ ରାସ୍ତାରୁ ଉଚ୍ଛେଦ ଅଭିଯାନ ଆରମ୍ଭ
  • ||
  • ସିମୁଳିଆରେ ଚୋରଙ୍କ ଆତଙ୍କରାଜ, ଘର ଗ୍ରିଲ କାଟି କଳାକନା ବୁଲାଇଲେ ଦୁର୍ବୃତ୍ତ
  • ||
  • CRPF ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ, ବନ୍ଦ ହେଲା ସାଧାରଣ ଦର୍ଶନ
  • ||
  • IPL 2025: ଆଜି କିଙ୍ଗ୍‌ସ- ରୟାଲ୍ସ ମଧ୍ୟ ଟକ୍କର, ଫୋକସ୍‌ରେ ଯୁବ ଓପନରଙ୍କ ବିଧ୍ୱଂସୀ ବ୍ୟାଟିଂ
  • ||
  • ରାଇରଙ୍ଗପୁର : ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
  • ||
  • ହାଇୱା ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟଲୋକଙ୍କ ରାସ୍ତା ଅବରୋଧ
  • ||
  • ମାର୍ଲବା ଘାଟିରେ ଭାରସାମ୍ୟ ହରାଇ ପାହଡ଼କୁ ପିଟିଲା ଯାତ୍ରୀବାହୀ ବସ , ୩ ଗୁରୁତର, ୭ ଆହତ
  • ||
  • ରାଜଗାଙ୍ଗପୁର ରେଳ ଷ୍ଟେସନରେ ଅଘଟଣ, ଟ୍ରେନ୍ ଧକ୍କାରେ ବୃଦ୍ଧ ମୃତ
  • ||
  • ରାଉରକେଲା: ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ଏହି ରୁଟ୍‌ରେ ରେଳ ଚଳାଚଳ ବନ୍ଦ
  • ||
  • ଆମେରିକାରେ ଭୟଙ୍କର ଘୂର୍ଣ୍ଣିଝଡ଼, ମିସୌରୀ ଓ କେଣ୍ଟକି ଅଧିକ ପ୍ରଭାବିତ, ୨୭ ମୃତ, ୧୨ରୁ ଅଧିକ ଆହତ
  • ||
  • ସରିବ ଭାରତ-ପାକିସ୍ତାନ ଅସ୍ତ୍ରବିରତି ଅବଧି, ଡିଜିଏମ୍‌ଓ ସ୍ତରରେ ବୈଠକରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ସଫଳ ହେଲାନି ସାଟେଲାଇଟ୍ EOS-09ର ଉତ୍‌କ୍ଷେପଣ, ସୂଚନା ଦେଲେ ଇସ୍ରୋ ମୁଖ୍ୟ ଭି. ନାରାୟଣନ
  • ||
  • କେନ୍ଦୁଝର : ସାଙ୍ଗକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍ ଆଘାତରେ ସାଙ୍ଗ ମୃତ
  • ||
  • ଭଦ୍ରକ : ଲିଫ୍ଟରେ ଚାପି ହୋଇ ରୋଗୀ ମୃତ୍ୟୁ ଘଟଣା, ସମ୍ପର୍କୀୟଙ୍କୁ ମିଳିଲା ଆର୍ଥିକ ସହାୟତା ସହ ଚାକିରି
  • ||
  • ରାଜ୍ୟର ୪ ଜିଲ୍ଲାରେ ୪୦ ଡିଗ୍ରୀ ଉପରେ ରହିବ ପାରଦ, ଆଜି ୯ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା
  • ||

ବେଆଇନ ଚିପ୍ସ ବୋଝେଇ ୮ ହାଇଓ୍ବା ଜବତ, ଜରିମାନା ଆଦାୟ

Published By : Prameya | May 17, 2025 8:22 PM

ଆଠଗଡ଼ ,୧୭।୫ ଆଠଗଡ଼ ଦେଇ ପ୍ରତିଦିନ ବେଆଇନ ଭାବରେ ଚାଲାଣ ହେଉଛି ଲଘୁ ଖଣିଜ ସମ୍ପଦ। ବାଲି ମାଙ୍କଡା ପଥର ଚିପ୍ସ ସବୁକୁ ବେଆଇନ ଭାବରେ ବୋଝେଇ କରି ନିଆ ଯାଉଛି। ଲଘୁ ଖଣିଜ ସମ୍ପଦର ନିୟନ୍ତ୍ରଣ ଦାୟିତ୍ୱ ରାଜ୍ୟ ଖଣି ବିଭାଗ ହାତକୁ ଗଲା ପରେ ଏହି ବେଆଇନ ଚାଲାଣ କରା ଯାଉଥିବା ବେଳେ ଆଠଗଡ଼ ପ୍ରଶାସନ ପକ୍ଷରୁ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରା ଯାଉ ନ ଥିବା ଅଭିଯୋଗ ହୋଇ ଆସୁଥିଲା। ଆଠଗଡ଼ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ଙ୍କ ତରଫରୁ କେତେବେଳେ କେମିତି ଏହି ବେଆଇନ ଗାଡ଼ି ଗୁଡ଼ିକ ଜବତ ହେଉଥିବା ବେଳେ ଶନିବାର ଆଠଗଡ଼ ପୋଲିସ ପକ୍ଷରୁ ଏହିଭଳି ଆଠଟି ବେଆଇନ ବୋଝେଇ ହାଇଓ୍ବା ଜବତ କରିଛି।

 ଏହି ଗାଡ଼ିଗୁଡ଼ିକ ଢେଙ୍କାନାଳ ଅଞ୍ଚଳର ବିଭିନ୍ନ କ୍ରସରରୁ  ଚିପ୍ସକୁ ବେଆଇନ ଭାବରେ ବୋଝେଇ କରି ଚାଲାଣ କରୁଥିଲେ। ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ବିଶ୍ବଜିତ ମହାନ୍ତି ଥାନା ଅଧିକାରୀ ସୁମତି ମହାନ୍ତି ଙ୍କ ନେତୃତ୍ବରେ ଏହି ଚଢାଉ କରାଯାଇ ରାଜ୍ୟ ସରକାର ଙ୍କ ପରିବହନ ବିଭାଗ କଟକ ଙ୍କୁ ହସ୍ତାନ୍ତର କରା ଯାଇଥିଲା। ପରିବହନ ବିଭାଗ ପକ୍ଷରୁ ଉକ୍ତ ଗାଡି ଗୁଡ଼ିକ ଠାରୁ ୨ ଲକ୍ଷ ୭୪ ହଜାର ୯୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା କଟକ ଜିଲ୍ଲା ପରିବହନ ନିରୀକ୍ଷକ ରଞ୍ଜନ କୁମାର ଦୋରା ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.