ହରଭଙ୍ଗା,୮।୬ : ବସରେ ଚଲାଣ ହେଉଥିଲା ଗଞ୍ଜେଇ। ମାଡି ବସିଲା ଅବକାରୀ ପୋଲିସ l ବସରୁ ୮ କେଜି ଗଞ୍ଜେଇ ଜବତ କରିଛି ଅବକାରୀ ପୋଲିସ।
ବୌଦ୍ଧ ଅବକାରୀ ଏସପି ଶାନ୍ତି ମାରାଣ୍ଡି ଙ୍କ ନିର୍ଦେଶ କ୍ରମେ ହରଭଙ୍ଗା ଅବକାରୀ ଟିମ ରବିବାର ସକାଳୁ ସକାଳୁ ବଦଳା ଛକ ନିକଟରେ ଜଗି ରହିଥିଲେ l କୁସଙ୍ଗ ଠାରୁ ଭୁବନେଶ୍ୱର ଏକ ଘରୋଇ ବସକୁ ବଦଲା ଛକ ନିକଟରେ ଅଟକାଇ ବସ ଯାଞ୍ଚ ପରେ ଏକ ଢ଼ବଲ ପେଟି ଭିତରେ ୮ କେଜି ଗଞ୍ଜେଇ ଜବତ କରିବା ସହ ବସ କଣ୍ଡକ୍ଟର ଲକ୍ଷ୍ମୀଧର ଜଗସେଠି ଏବଂ ହେଲ୍ପର ବାବୁଲି ମେଣ୍ଡୁଳିଙ୍କୁ ଗିରଫ କରିଥିଲା l ସେପଟେ ହରଭଙ୍ଗା ଅବକାରୀ ପକ୍ଷରୁ ଏକ ମାମଲା ରୁଜୁ ହୋଇ ଉଭୟ ଙ୍କୁ କୋର୍ଟ ଚାଲାଣ କରିଥିବା ହରଭଙ୍ଗା ଅବକାରୀ ଅଧିକାରୀ ରବିନ୍ଦ୍ର ନାଥ ପ୍ରଧାନ ସୂଚନା ଦେଇଛନ୍ତି l