ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାରେ ପୋଲିସ ଭିନ୍ନ ଭିନ୍ନ ସ୍ଥାନରୁ ମୋଟ ୮ ଜଣ ମାଓବାଦୀଙ୍କୁ ଗିରଫ କରିଛି। ଏହି ଆଠ ଜଣଙ୍କ ମଧ୍ୟରୁ ୬ ଜଣଙ୍କୁ ଚିନ୍ତଲନାର ଥାନା ଅଞ୍ଚଳରୁ ଗିରଫ କରାଯାଇଥିବା ବେଳେ କୋଣ୍ଟା ଅଞ୍ଚଳରୁ ଜଣଙ୍କୁ ଓ ଚିନ୍ତାଗୁଫା ଅଞ୍ଚଳରୁ ଆଉ ଜଣଙ୍କୁ ଗିରଫ କରା ଯାଇଛା।

ତେବେ ଏମାନଙ୍କ ନିକଟରୁ ବୋମା, ଡିଟୋନେଟର, ତାର,  ସ୍ପାଇକ୍‌, କୋଡେକ୍ସ ତାର ଓ ସିପିଆଇ(ଏମ୍‌) ଲେଖା ଥିବା ବ୍ୟାନର, ଜିଲଟିନ ରଡ୍‌, ଜବତ କରିଛି ପୋଲିସ। ଏହି ଆଠ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇ ଥିବା ପୁଲିସ ସୁତ୍ରରୁ ପ୍ରକାଶ।