ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

‘ବ୍ରିଟେନ୍‌ ଗଟ୍‌ ଟ୍ୟାଲେଣ୍ଟ'ରେ କମାଲ ଦେଖାଇଲେ ବୀନିତା, ଭିଡିଓ ସେୟାର କରି ପ୍ରଶଂସା କଲେ ଆସାମ ମୁଖ୍ୟମନ୍ତ୍ରୀ

Published By : Krishna Priya | March 5, 2025 10:40 AM

ନୂଆଦିଲ୍ଲୀ ୦୫/୦୩: ବ୍ରିଟେନ୍‌ର ରିଆଲିଟି ଶୋ’ ‘ବ୍ରିଟେନ୍‌ ଗଟ୍‌ ଟ୍ୟାଲେଣ୍ଟ’ର ଅଡିସନ୍‌ରେ ନିକଟରେ ଜଣେ ୮ ବର୍ଷୀୟ ଭାରତୀୟ ଝିଅ ନିଜର ଦମ୍‌ଦାର ନୃତ୍ୟ ପ୍ରଦର୍ଶନ ବଳରେ ସମସ୍ତଙ୍କର ହୃଦୟ ଜିଣିନେଇଛନ୍ତି । ସେ ହେଲେ ଆସାମର ବୀନିତା ଛେତ୍ରୀ । ତାଙ୍କର ତ୍ରୁଟିଶୂନ୍ୟ ବ୍ୟାକ୍‌ଫ୍ଲିପ୍‌କୁ ଦେଖିବା ପରେ ଉଭୟ ବିଚାରପତି ଓ ଦର୍ଶକମାନେ ଛିଡ଼ା ହୋଇ ତାଳି ମାରି ତାଙ୍କୁ ଉତ୍ସାହିତ କରିଥିଲେ । ବୀନିତାଙ୍କ ସେହି ନୃତ୍ୟ ପ୍ରଦର୍ଶନର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । 

ଭିଡିଓରେ ଦେଖିବାକୁ ମିଳୁଛି ଯେ, ପ୍ରଥମେ ବୀନିତା ବିଚାରପତିମାନଙ୍କୁ ତାଙ୍କର ପରିଚୟ ଦେଉଛନ୍ତି । ‘ବ୍ରିଟେନ୍‌ ଗଟ୍‌ ଟ୍ୟାଲେଣ୍ଟ’ ତାଙ୍କର ସ୍ୱପ୍ନର ମଞ୍ଚ ହୋଇଥିବାବେଳେ ଏହି ପ୍ରତିଯୋଗିତାରେ ଜିତିଲେ ଏକ ଘର କିଣିବାକୁ ଲକ୍ଷ୍ୟ ଥିବା କହୁଛନ୍ତି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବୀନିତାଙ୍କର ସେହି ଭିଡିଓକୁ ସୋସିଆଲ୍‌ ମିଡିଆ ଆକାଉଣ୍ଟ ଏକ୍ସରେ ସେୟାର କରି ଆସାମରୁ ୟୁକେ ଯାଏ ତାଙ୍କର ଏହି ଯାତ୍ରାକୁ ପ୍ରଶଂସା କରିଛନ୍ତି । ଘର କିଣିବା ଲାଗି ତାଙ୍କର ସ୍ୱପ୍ନ ପୂରଣ ହେବାକୁ ଶୁଭକାମନା ଜଣାଇଛନ୍ତି । ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ସେହି ଭିଡିଓକୁ ସେୟାର କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.