ଫିରିଙ୍ଗିଆ, ୦୮/୧୧ ; ଗୋଛାପଡା ପୋଲିସ ପକ୍ଷରୁ ଶନିବାର ଆରମ୍ଭ ହୋଇଛି ଏହି ଅପରେସନ ନୀଳ ଜହର I ଶନିବାର ଗୋଛାପଡା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ଙ୍କ ନେତୃତ୍ୱ ରେ ଥାନା ଅଧୀନରେ ଥିବା କୁଇରୀମାଣ୍ଡୁ ପଞ୍ଚାୟତ ର ଗ୍ଲଟ ଓ ଡୁମୁରିକେତା ଗାଁ ନିକଟବର୍ତ୍ତୀ ଜଙ୍ଗଲ ଜମି ମାନଙ୍କରେ ଚାଷ ହୋଇଥିବା ପ୍ରାୟ ୮୭ ହଜାର ଗଞ୍ଜେଇ ଗଛ ଗୁଡିକୁ କାଟି ନଷ୍ଟ କରିଦିଆଯାଇଛି I
ପ୍ରଥମ ଦିନରେ ବନବିଭାଗ, ପୋଲିସ ଓ ଅବକାରୀ ବିଭାଗର କର୍ମଚାରୀମାନେ ସାମିଲ ଥିବା ବେଳେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ପୃଥ୍ୱୀରାଜ ମହାନନ୍ଦିଆ ଙ୍ ଉପସ୍ଥିତିରେ ଏହି ଗଞ୍ଜେଇ ଗଛ ଗୁଡିକ କଟାଯାଇଥିଲା I ଅନ୍ୟପଟେ ସୁରକ୍ଷା ଦୃଷ୍ଟିକୁ ଆଖି ଆଗରେ ରଖି ବ୍ୟାପକ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଥିଲା। ଏହି ଗଞ୍ଜେଇ କଟାକୁ ନେଇ ଗୋଛାପଡା ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ସୂଚନା ଦେଇଛନ୍ତି I