ପ୍ରମୂଖ ଖବର
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ପୁଣେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା;ବସ୍‌କୁ ଧକ୍କା ଦେଲା ମିନି ଭ୍ୟାନ,୯ ମୃତ

Published By : Anindita Ratha | January 17, 2025 2:56 PM

ନୂଆଦିଲ୍ଲୀ, ୧୭/୦୧:  ପୁଣେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବସ୍‌କୁ ଧକ୍କା ଦେଲା ମିନି ଭ୍ୟାନ । ଘଟଣାସ୍ଥଳରେ ୯ ଜଣ ପ୍ରାଣ ଯାଇଥିବା ବେଳେ ୬ ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି।  ସମସ୍ତ ଆହତଙ୍କୁ ନିକଟସ୍ଥ ଡା଼କ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ପୁଣେର ନାରାୟଣଗାଓଁ ନିକଟରେ ଥିବା ଏକ ମୁକ୍ତାଏ ଢାବା ନିକଟରେ ଏହି ଘଟଣା ଘଟିଛି। 

ଏହା ମଧ୍ୟ ପଢନ୍ତୁ-ଟିପରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ ;୪ ମୃତ, ୧୩ ଗୁରୁତର

ସୂଚନା ମୁତାବକ, ଆଜି ସକାଳ ୧୦ଟା ସମୟରେ ମିନି ଭ୍ୟାନଟି ନାରାୟଣଗାଓଁ ଅଭିମୁଖେ ଯାଉଥିବା ବେଳେ ପଛରୁ ଏକ ଟେମ୍ପୋ ଧକ୍କା ଦେଇଥିଲା । ଫଳରେ ଭ୍ୟାନଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଛିଡା ହୋଇଥିବା ବସକୁ ଧକ୍କା ଦେଇଥିଲା । ଏନେଇ ମିନିଭ୍ୟାନରେ ରହିଥିବା ସମସ୍ତ ୯ ଜଣଙ୍କର ମୃତ୍ୟୁ ହୋଇଛି ।ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମିନିଭ୍ୟାନ ସମ୍ପୁର୍ଣ୍ଣ ଗୁଣ୍ଡ ହୋଇଯାଇଛି । ଦୁର୍ଘଟଣା ସମୟରେ କାରର ବେଗ ଅଧିକ ରହିଥିବା କାରଣରୁ ଦୁର୍ଘଟଣା ଭୟଙ୍କର ହୋଇଥିବା ଆଶଙ୍କା କରାଯାଇଛି । ତେବେ  କେଉଁ ପରିସ୍ଥିତିରେ ଏଭଳି ଦୁର୍ଘଟଣା ଘଟିଲା ସେନେଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।   ସେହିପରି ଆନ୍ଧ୍ରପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଟିପରକୁ  ଯାତ୍ରୀବାହୀ ବସ୍ ଧକ୍କା ଦେବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି  ୧୩ ଜଣ ଗୁରୁତର ଆହତ ହୋଇଛନ୍ତି ।   ଏନେଇ ସମସ୍ତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.