ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

‘KIA Motors’ର ଆନ୍ଧ୍ରପ୍ରଦେଶ କାରଖାନାରୁ ଚୋରି, ୫ ବର୍ଷରେ ଗଲାଣି ୯ଶହ କାର୍ ଇଞ୍ଜିନ୍...

Published By : Ladu Kishor | April 8, 2025 5:49 PM

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଶ୍ରୀ ସତ୍ୟସାଇ ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଥିବା ଦକ୍ଷିଣ କୋରିଆ କମ୍ପାନୀ କିଆ ମୋଟର୍ସର ପେନୁକୋଣ୍ଡା କାରଖାନାକୁ ପ୍ରାୟ ୯ଶହ କାର ଇଞ୍ଜିନ ଚୋରି ହୋଇଯାଇଛି। ଜଣେ ଅଧିକାରୀ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି। କମ୍ପାନୀର ଅଭିଯୋଗକୁ ଭିତ୍ତିକରି ପୋଲିସ ଏହି ଚୋରି ମାମଲାର ତଦନ୍ତ ଆରମ୍ଭ କରିଛି। ପୋଲିସ ଅଧିକାରୀ ମାନେ କହିଛନ୍ତି ଯେ ଏହି ଚୋରି ଗତ ପାଞ୍ଚ ବର୍ଷ ଧରି ଜାରି ରହିଛି । କମ୍ପାନୀ ଚଳିତବର୍ଷ ମାର୍ଚ୍ଚ ୧୯ ତାରିଖରେ ପୋଲିସରେ ଅଭିଯୋଗ କରିଥିଲା। ସୂଚନାଥାଉକି,ଯେ 'କିଆ'ର ଶ୍ରୀ ସତ୍ୟସାଇ ଜିଲ୍ଲାରେ ଏକ କାର ନିର୍ମାଣ କାରଖାନା ଅଛି।

ଏହି ମାମଲା ବିଷୟରେ ସୂଚନା ଦେଇ ପେନୁକୋଣ୍ଡା ଉପଖଣ୍ଡ ପୋଲିସ ଅଧିକାରୀ ୱାଇ ଭେଙ୍କଟେଶ୍ୱରଲୁ କହିଛନ୍ତି ଯେ,"ଏହି ଚୋରି ୨୦୨୦ ମସିହାରେ ଆରମ୍ଭ ହୋଇଥିଲା ଏବଂ ସେବେ ଠାରୁ ନିରନ୍ତର ଭାବରେ ଏହା ଜାରି ରହିଛି । ଆମେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବୁ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ୯୦୦ ଇଞ୍ଜିନ ଚୋରି ହୋଇଛି । ଅଧିକାରୀ କହିଛନ୍ତି ଯେ, ଏହି ଇଞ୍ଜିନ ଗୁଡ଼ିକ ପ୍ଲାଣ୍ଟ ଭିତରୁ କିମ୍ବା ସେଠାକୁ ଯିବା ବାଟରେ ଚୋରି ହୋଇଛି । ପୋଲିସ ସନ୍ଦେହ କରୁଛି ଯେ କମ୍ପାନୀର ନିଜ କର୍ମଚାରୀଙ୍କ ସହ ମିଶି ଏହି ଚୋରି କରାଯାଇଛି, ତେଣୁ ତଦନ୍ତ କମ୍ପାନୀର ପୂର୍ବତନ ଏବଂ ବର୍ତ୍ତମାନର କର୍ମଚାରୀଙ୍କ ଉପରେ କରାଯାଉଛି।

ପୋଲିସ ଅଧିକାରୀ କହିଛନ୍ତି କି,"କମ୍ପାନୀର କର୍ମଚାରୀ ଏଥିରେ ସାମିଲ୍ ଥିବା ସନ୍ଦେହ କରାଯାଉଛି। ଏହା ସବୁ ଭିତରୁ ଘଟିଛି। କମ୍ପାନୀର ଅନୁମତି ବିନା ଏକ ଛୋଟ ଅଂଶ ମଧ୍ୟ ବାହାରକୁ ଯାଇପାରିବ ନାହିଁ। ଏଥିରେ କିଏ କିଏ ସମ୍ପୃକ୍ତ ତାହା ଆମେ ଖୋଜୁଛୁ।" ଏହି ସମ୍ପର୍କରେ, ପୋଲିସ ଏକ ସ୍ୱତନ୍ତ୍ର ଦଳ ଗଠନ କରିଛି ଏବଂ ଅନେକ ଡକ୍ୟୁମେଣ୍ଟ ଏବଂ ରେକର୍ଡ ମଧ୍ୟ ସଂଗ୍ରହ କରିଛି।  

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.