ନୂଆଦିଲ୍ଲୀ,୧୪।୧୧: ବିହାର ନିର୍ବାଚନର ଫଳାଫଳରେ ଭାରତୀୟ ଜନତା ପାର୍ଟି (ବିଜେପି) ନେତୃତ୍ବାଧୀନ ଏଡିଏକୁ ମିଳିଛି ବହୁମତ। ଏହାପରେ ଏବେ ବିରୋଧି ଉପରେ ବର୍ଷିଛି ବିଜେପି। ଏହି ବିଜୟକୁ ବିଜେପି ବିଶେଷ ଭାବରେ ମେଣ୍ଟର ଏକତା ବୋଲି କହିଛି। ଏହା ସହ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି ଦଳ। ରାହୁଲଙ୍କୁ ବିଜେପି ନେତା ଅମିତ ମାଲବୀୟ କଟାକ୍ଷ କରିବା ସହ କହିଛନ୍ତି, ରାହୁଲ ଗାନ୍ଧୀ ! ଆଉ ଏକ ନିର୍ବାଚନ, ଆଉ ଏକ ପରାଜୟ। ଯଦି ନିର୍ବାଚନ ପରାଜୟରେ ନିରନ୍ତରତା ପାଇଁ କୌଣସି ପୁରସ୍କାର ଥାଏ ତେବେ ସେ ସବୁ ଜିତିଯିବେ। ଏହି ସ୍ଥିତି ମଧ୍ୟ ପରାଜୟ ଭାବୁଥିବ ଯେ, ତାଙ୍କୁ ଏତେ ଜଲଦି କିଭଳି ଖୋଜି ପାଇ ଯାଉଛନ୍ତି।

ସେପଟେ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ରାହୁଲ ନମ୍ବର ଓ୍ବାନ- ନିର୍ବିବାଦ, ଅପ୍ରତିଦ୍ବନ୍ଦୀ ଓ ଅପରାଜେୟ।’ ସେ ଏହା ମଧ୍ୟ କହିଛନ୍ତି ଯେ, ୯୫ ଥର ପାଇଁ ନିର୍ବାଚନ ହାରିଲେ ଓ ଆଗକୁ ଏହାର ଗଣତି ମଧ୍ୟ ଜାରି ରହିଛି। ଏହା କୌଣସି ସଂଯୋଗ ନୁହେଁ, ଏହା ଜବାହାରଲାଲ ନେହରୁଙ୍କ ଜନ୍ମଦିନରେ ହୋଇଛି।’

ଗୋଟିଏ ପଟେ ବିଜେପି ନିଜ ବିଜୟର ଉତ୍ସବ ପାଳନ କରୁଛି। ସେପଟେ ବିରୋଧି ଏହି ପରିଣାମକୁ ‘ନିର୍ବାଚନୀ ଷଡଯନ୍ତ୍ର’ ବୋଲି କହିଛନ୍ତି। ଏହା ସହ ମୁଖ୍ୟ ନିର୍ବାଚନ କମିଶନ୍ ଜ୍ଞାନେଶ କୁମାର ଓ ନିର୍ବାଚନୀ ପକ୍ରିୟା ଉପରେ ଗମ୍ଭୀର ଅଭିଯୋଗ କରିଛି।କଂଗ୍ରେସ  ପବନ ଖେଡା କହିଛନ୍ତି, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ବିହାରର ଜନତାଙ୍କ ଇଚ୍ଛା ବିରୋଧରେ କାମ କରିଛନ୍ତି। ଏହି ଲଢେଇ କେବଳ ବିଜେପି, କଂଗ୍ରେସ, ଆରଜେଡି ଓ ଜେଡିୟୁ ଭିତରେ ନୁହେଁ, ଜ୍ଞାନେଶ କୁମାର ଓ ଭାରତର ଲୋକଙ୍କ ଭିତରେ ସିଧା ଲଢେଇ।‘