ମାଲକାନଗିରି, ୩/୧୧(ରତ୍ନା କର ଦାଶ ) : ପେସା ପୁଲିସ  ହେଲେ ନିଶା ରକ୍ତଦାନ ୪୦ ଥର ରକ୍ତଦାନ କରି ମହନୀୟତା ଦେଖାଇଛନ୍ତି ପୁଲିସ ଏଏସ ଆଇ ପ୍ରଦୀପ ମହାପାତ୍ର।  ୪୦ରୁ ଅଧିକ ଥର ରକ୍ତଦାନ କରି ଅନେକ ଗରିବ ଅସହାଙ୍କ ଜୀବନ ବଞ୍ଚାଇ ମହନୀୟତା ଦେଖାଇଛନ୍ତି ଉତ୍ତମ ରକ୍ତଦାତା ଭାବେ ମଧ୍ୟ ଅନେକ ଥର ପୁରସ୍କୃତ ଓ ସମ୍ମାନିତ ହୋଇଛନ୍ତି ପୁଲିସ ଏଏସଆଇ ପ୍ରଦୀପ ମହାପାତ୍ର।

ମାଲକାନଗିରି ଜିଲ୍ଲା ବାଲିମେଳା ନୀଳାକମ୍ବେରୁ ଗ୍ରାମର ବିଶ୍ଵନାଥ ମହାପାତ୍ରଙ୍କ ପୁତ୍ର ପ୍ରଦୀପ ମହାପାତ୍ର ସେ ମାଲକାନଗିରିରେ ଜଣେ ପୁଲିସ କର୍ମଚାରୀ ଭାବେ କାର୍ଯ୍ୟ କରନ୍ତି ତାଙ୍କର ଏ ପଜିଟିଭ ରକ୍ତ ଗ୍ରୁପ। ସେ ଗତ ୨୦୦୫ ମସିହା ଠାରୁ ଗରିବ,ଆଦିବାସୀ ଲୋକ, ଗର୍ଭବତୀ, ରକ୍ତ ହୀନତା ଶିଶୁ,ଦୁର୍ଘଟଣା ଗସ୍ତ ଆହତ ବ୍ୟକ୍ତି, ଜରୁରୀ କାଳୀନ ଅବସ୍ଥା ଥିବା ବ୍ୟକ୍ତିଙ୍କୁ ରକ୍ତ ଦାନ କରି ଜୀବନ ବଞ୍ଚାଇଛନ୍ତି। ସେ କୁହନ୍ତି ସେ ବଞ୍ଚିଥିବା ପର୍ଯ୍ୟନ୍ତ ଗରିବ ଲୋକଙ୍କୁ ଏମିତି ରକ୍ତ ଦାନ କରୁଥିବେ। ଗରିବ ରୋଗୀକୁ ରକ୍ତ ଦେଲା ବେଳେ ତାଙ୍କ ମନ ଆନନ୍ଦିତ ହୋଇଥାଏ।

ମାଲକାନଗିରି ଜିଲ୍ଲାର ରାହୁଲ କୁମାର ଗୋଲରୀ ଓ ଅଶୋକ ମିଶ୍ରଙ୍କ  ଦ୍ୱାରା  ଖୋଲା ଯାଇଥିବା ମାଲ୍ୟବନ୍ତ ରକ୍ତ ଦାତା ୱାଟ୍ସଅପ ଗ୍ରୁପରେ ପ୍ରଦୀପ ଜଣେ ଉତ୍ତମ ରକ୍ତ ଦାତା ଭାବେ ସଦସ୍ୟ ଅଛନ୍ତିଏହି ଗ୍ରୁପରେ ଇତିମଧ୍ୟରେ ୯୧୨ ଜଣ ସଦସ୍ୟ ହୋଇସାରିଲେଣି ସେମାନଙ୍କ ମଧ୍ୟରୁ ଇତିମଧ୍ୟ ରେ ଗ୍ରୁପର ୪୨୦ ଜଣ ସଦସ୍ୟ ଗରିବ ଅସହାୟ ରୋଗୀ ଙ୍କୁ ରକ୍ତ ଦାନ କରିସାରିଛନ୍ତି ଜିଲ୍ଲା ହସ୍ପିଟାଲ  ରକ୍ତ ଭଣ୍ଡାର ରେ ପ୍ରାୟ ସମୟରେ ରକ୍ତର ଅଭାବ ଥିବାରୁ ରୋଗୀମାନେ ରକ୍ତ ପାଇଁ ବହୁତ ହଇରାଣ ହୋଇ ଥାନ୍ତି ଏ ଖବର ମାଲ୍ୟବନ୍ତ ରକ୍ତଦାତା ଗ୍ରୁପ ଜାଣିବା ପରେ ସଙ୍ଗେ ସଙ୍ଗେ ଗ୍ରୁରେ ପୋଷ୍ଟ କରାଯାଇ ଥାଏ ରୋଗୀ ଓ ହସ୍ପିଟାଲ ଫୋନ ନମ୍ବର ରକ୍ତଦାତାମାନେ ସ୍ୱଇଚ୍ଛାରେ ହସ୍ପିଟାଲକୁ ଯାଇ ରକ୍ତଦାନ କରିଥାନ୍ତି ବୋଲି ପ୍ରଦୀପ କହିଛନ୍ତି

ତାଙ୍କ ଅନୁଭୁତିରୁ ସେ  କହିଛନ୍ତି ଯେ,ତାଙ୍କର ଗତ କିଛି ମାସ ହେଲା ପୁଲିସ ଏଏସଆଇ ଭାବେ ପ୍ରମୋସନ ହୋଇ ଗଞ୍ଜାମ ଜିଲ୍ଲାକୁ ବଦଳୀ ହୋଇ ଥିଲାସେ ଗତ କିଛିଦିନ ତଳେ ଛୁଟିରେ ମାଲକାନଗିରି ଆସି ନିଜ କର୍ମ କ୍ଷେତ୍ରକୁ ଯିବା ପାଇଁ ମାଲକାନଗିରି ବସ ଷ୍ଟାଣ୍ଡରୁ ବସ ଯୋଗେ ଗଞ୍ଜାମ ଛତ୍ରପୁରକୁ ବସ ଯୋଗେ ଯାଉ ଥିବା ବେଳେ ତାଙ୍କୁ ରକ୍ତ ଦାତା ଗ୍ରୁରୁ ଫୋନ ଗଲାଜଣେ ଗରିବ ଗୁରୁତର ରୋଗୀ ଜିଲ୍ଲା ହସ୍ପିଟାଲରେ ରକ୍ତ ପାଇଁ ଡହଳ ବିକଳ ହେଉଛନ୍ତି ରକ୍ତ ଭଣ୍ଡାରରେ ଏ ପଜିଟିଭି ରକ୍ତ ଗ୍ରୁପ ନଥିବା ଓ ରୋଗୀଙ୍କ ପକ୍ଷେ ଅନ୍ୟତ୍ର ଯୋଗାଡ଼ କରିବା ସମ୍ଭବ ନଥିବାର ଜାଣିବାକୁ ପାଇଲେ ପ୍ରଦୀପ ସେତେବେଳକୁ ବସ ଛାଡି ଦେଇଥିଲା, ବସ ଟି ମାଲକାନଗିରି ସହର ପ୍ରବେଶ ଦ୍ୱାରା ଭୈରବ ମନ୍ଦିର ନିକଟରେ ପହଁଚି ଯାଇଥିଲା ପ୍ରଦୀପ ବସ ରୁ ଓହ୍ଲାଇ ପଡ଼ି ସଙ୍ଗେ ସଙ୍ଗେ ହସ୍ପିଟାଲକୁ ଯାଇ ରକ୍ତ ଦାନ କରି ସେ ରୋଗୀ ଟିର ଜୀବନ ବଞ୍ଚାଇ ଦେଇ ଥିବାରୁ ଡାକ୍ତର ଓ ରୋଗୀଙ୍କ ସମ୍ପର୍କୀୟମାନେ ତାଙ୍କୁ ଧନ୍ୟବାଦ ଜଣାଇ ପ୍ରଶଂସା କରିଥିଲେ ସେ କୁହନ୍ତି ରକ୍ତ ଦାନ ମହତ କାମ ଓ ଜୀବନ ଦାନ, ଜଣେ ରୋଗୀର ମୁହଁ ରେ ହସ ଦେଖି ସେ ଖୁବ ଆନନ୍ଦିତ ହୋଇଥାନ୍ତି। ତାଙ୍କର ଗଞ୍ଜାମ ଛତ୍ରପୁରକୁ ବଦଳୀ ହୋଇଥିଲେ ମଧ୍ୟ ଯେବେ ମାଲକାନଗିରି କୁ ଆସିଥାନ୍ତି ରକ୍ତଯୋଗାଡ଼ କରି ପାରୁନଥିବା ଗରିବ ରୋଗୀଙ୍କୁ ରକ୍ତଦାନ କରିଥାନ୍ତି। ଏହି ରକ୍ତ ଦାନ ପାଇଁ ପ୍ରଦୀପ ଜିଲ୍ଲା ପୁଲିସ, ରାଜ୍ୟ ରେଡ କ୍ରସ ସୋସାଇଟ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ଥର ସମ୍ମାନୀତ ହୋଇଛନ୍ତି।