ଖୁଣ୍ଟା ୧୫/୦୯: ଦବଙ୍ଗଗିରି ଦେଖାଇବା ପଡିଲା ମହଙ୍ଗା। ରାତି ଅଧରେ ଯୁବକଙ୍କ ସହିତ ଶାବଳ ଧରି ଫାର୍ମ ହାଉସରେ ପଶିବା ପୁଲିସ ବାବୁଙ୍କୁ ପଡିଲା ଭାରୀ। ବଦଳିଲେ ଖୁଣ୍ଟା ଥାନା ଏଏସଆଇ ଛବିଳକାନ୍ତ ନାୟକ। କରଞ୍ଜିଆ ଥାନାକୁ ବଦଳି କରାଯାଇଛି। 

ଖୁଣ୍ଟା ଥାନା ଏଏସଆଇ ଛବିଳକାନ୍ତ ନାୟକଙ୍କର ପୂର୍ବରୁ ବେତନଟୀ ବଦଳି ହୋଇଥିବା ବେଳେ ତାହାକୁ ବାତିଲ କରାଯାଇଛି।  ତାଙ୍କ ନାମରେ ଏଭଳି ସାଙ୍ଘାତିକ ଅଭିଯୋଗ ଆସିବା ଏବଂ ସିସିଟିଭିରେ ପୁରା ଘଟଣା ଜଣାପଡିବା ପରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆକ୍ସନ ନେଇଛନ୍ତି । ପୂର୍ବରୁ ଏଏସଆଇ ଛବିଳକାନ୍ତ ନାୟକଙ୍କର ବେତନଟି ଥାନାକୁ ବଦଳି ହୋଇଥିବା ବେଳେ ତାହାକୁ ବାତିଲ କରାଯାଇ ତାଙ୍କୁ କରଞ୍ଜିଆ ଥାନାକୁ ବଦଳି କରାଯାଇଛି।