ପ୍ରମୂଖ ଖବର
  • ସୁନ୍ଦରଗଡ଼ : ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା କୋଇଲା ବୋଝେଇ ଟ୍ରେଲର; ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର
  • ||
  • ସମ୍ବଲପୁର : ହୀରାକୁଦରୁ ନିଷ୍କାସନ ହେବ ବର୍ଷର ପ୍ରଥମ ବନ୍ୟାଜଳ, ଆସନ୍ତା ୬ରୁ ଖୋଲିବ ଗେଟ୍
  • ||
  • ସୁନ୍ଦରଗଡ଼ : ହାଇୱା-ଓମିନି ଭ୍ୟାନ୍‌ ମୁହାଁମୁହିଁ ଧକ୍କା:୨ ମୃତ, ୪ ଗୁରୁତର
  • ||
  • ହିମାଚଳ ପ୍ରଦେଶରେ ପ୍ରକୃତିର ତାଣ୍ଡବ; ୩୭ ମୃତ, ୪୦୦ କୋଟିରୁ ଅଧିକ କ୍ଷୟକ୍ଷତି
  • ||
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

୧୪୦ରୁ ସିଧା ୮୫ କେଜି; ୧୮ମାସରେ ୫୫ କେଜି ଓଜନ କମାଇଲେ ରାମ୍ କପୁର

Published By : Ankita S | January 13, 2025 9:08 AM

ମୁମ୍ବାଇ,୧୩/୦୧: ଟିଭି ଓ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତା ରାମ କପୁର । ଏବେ ସେ ଖୁବ ଚର୍ଚ୍ଚାରେ । ଫିଲ୍ମ କିମ୍ବା ସିରିଏଲକୁ ନେଇ ନୁହେଁ ବରଂ ତାଙ୍କ ସ୍ବାସ୍ଥ୍ୟରେ ଯେଉଁ ଟ୍ରନ୍ସଫରମେସନ ଆଣିଛନ୍ତି ତାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ୧୮ ମାସରେ ୫୫ କେଜି ଓଜନ କମାଇ ୧୪୦ କେଜିରୁ ୮୫ କେଜି ହୋଇ ଚର୍ଚ୍ଚାରେ ଅଛନ୍ତି ରାମ୍ କପୁର ।

ଆଜିକାଲି ମୋଟାପଣ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଯେଉଁଥିରୁ ମୁକୁଳିବା ପ୍ରାୟ ସମସ୍ତଙ୍କ ପାଇଁ କାଠିକର ପାଠ ହୋଇଛି । ଟେଲିଭିଜନ ଷ୍ଟାର ରାମ୍ କପୁର ତାଙ୍କ ଓଜନ କମାଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ୧୮ ମାସରେ ୫୫ କେଜି ଓଜନ କାମାଇ ୧୪୦ କେଜିରୁ ସିଧା ୮ ୪ କେଜି ହୋଇଛନ୍ତି । ରାମଙ୍କର  ଏହି ଟ୍ରନ୍ସଫରମେସନକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ । କେମିତି ରାମ କପୁରଙ୍କୁ ଏହି ସଫଳତା ମିଳିଲା । ତାଙ୍କୁ କଣ କଣ କରିବାକୁ ପଡିଛି ଆସନ୍ତୁ ଜାଣିବା ।

୫୧ ବର୍ଷୀୟ ରାମ୍ କପୁର ସିରିଏଲ 'ବଡେ ଅଚ୍ଛେ ଲଗତେ ହେଁ'ରୁ ବେଶ୍ ପ୍ରଶଂସା ସାଉଟି ଥିଲେ । ରାମ କପୁରଙ୍କ ଓଜନ ଲଗାତାର ବଢୁଥିଲା । ଏହାକୁ ନିୟନ୍ତ୍ରଣକୁ ଆଣିବା ତାଙ୍କ ପାଇଁ କଷ୍ଟକର ହୋଇଥିଲା । କିନ୍ତୁ ସେ ହାର ନ ମାନି ୱେଟ ଲସ୍ ଯାତ୍ରା ଆରମ୍ଭ କରିଥିଲେ । ସନ୍ତୁଳିତ ଖାଦ୍ୟପେୟ ସହ ପ୍ରତିଦିନ ବ୍ୟାୟାମ କରି ମାତ୍ର ୧୮ ମାସରେ ୫୫କେଜି ଓଜନ କମାଇବାରେ ସଫଳ ହୋଇଥିଲେ । ଖାଲି ସେତିକି ନୁହେଁ ଓଜନ କମାଇବା ସହ ମେହବହୁଳତା, ଡାଏବେଟିସକୁ ବାଏ ବାଏ କହିଥିଲେ ଅଭିନେତା ରାମ୍ କପୁର ।

ଏହା ବି ପଢନ୍ତୁ...ରକ୍ତ ଶର୍କରାରେ ଖାଦ୍ୟର ପ୍ରଭାବ, ଅସନ୍ତୁଳନ ଦେଖାଦେଲେ ବଢ଼େ ମଧୁମେହ

https://prameya.com/foods-that-cause-blood-sugar-level-to-rise


ରାମ୍ କପୁରଙ୍କର ଏହି ଓଜନ କମାଇବା ଯାତ୍ରା ସହଜ ନଥିଲା । ବୟସ ଅନୁସାରେ ମେହବହୁଳତା ତାଙ୍କ ପାଇଁ ଚ୍ୟାଲେଞ୍ଜ ହୋଇଥିଲା । ଲଗାତାର ପରିଶ୍ରମ କରିବା ସତ୍ତ୍ବେ କୌଣସି ସୁଫଳ ଦେଉନଥିଲା । କିନ୍ତୁ ରାମ୍ ହାର ମାନି ନଥିଲେ । ଗୋଲ ସେଟ୍ କରିଥିଲେ । ଯାତ୍ରା ଜାରି ରଖିଥିଲେ । ପ୍ରଥମେ ୧ କିଲୋ ଓଜନ କମାଇବାକୁ ଟାର୍ଗେଟ କରିଥିଲେ । ହେଲ୍ଦୀ ଖାଦ୍ୟ ସହ ପ୍ରତିଦିନ ବ୍ୟାୟାମ କରୁଥିଲେ ରାମ୍ । ୧୮ ମାସରେ ୫୫ କେଜି ଓଜନ କମାଇବାରେ ସଫଳ ହୋଇଥିଲେ । ପୂର୍ବ ରାମ କପୁର ଓ ଏବେକାର ରାମ କପୁରଙ୍କ ମଧ୍ୟରେ ଆକାଶ ପାତାଳ ଫରକ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ତାଙ୍କ ଫଟୋ ଦେଖି ୟୁଜର୍ସ ଆଶ୍ଚର୍ଯ୍ୟ ହୋଇଛନ୍ତି ହେବା ସହ ତାରିଫ ମଧ୍ୟ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.