ନୂଆଦିଲ୍ଲୀ,୦୭/୧୦: ସୁପ୍ରିମକୋର୍ଟରେ ସୋମବାର ଜଣେ ଓକିଲ ସିଜେଆଇ ବିଆର୍ ଗଭଇଙ୍କ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ସିଜେଆଇଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରୁଥିବା ସମୟରେ ଓକିଲ ଜଣକ ତାଙ୍କ ଉପରକୁ ଜୋତା ଫିଙ୍ଗିଥିଲେ । ଅବଶ୍ୟ ଜୋତା ତାଙ୍କ ଖଣ୍ଡପୀଠ ଯାଏ ପହଞ୍ଚି ପାରିନଥିଲା । ସୁରକ୍ଷାକର୍ମୀମାନେ ତୁରନ୍ତ ସମ୍ପୃକ୍ତ ଓକିଲ ରାକେଶ କିଶୋର କୁମାରଙ୍କୁ କାବୁ କରିଥିଲେ । ବାହାରକୁ ଯିବା ସମୟରେ ସେ ସନାତନ ଧର୍ମର ଅପମାନ- ସହିବନି ହିନ୍ଦୁସ୍ତାନ ବୋଲି ନାରା ଲଗାଇଥିଲେ । ଅଭିଯୁକ୍ତ ଓକିଲ ଜଣକ ଏପରି କାହିଁକି କଲେ ତାକୁ ନେଇ ବୟାନ ଦେଇଛନ୍ତି । ସେ କହିଛନ୍ତି ମୋତେ ଦୈବୀକ ଶକ୍ତିର ନିର୍ଦ୍ଦେଶ ଥିଲା ମୁଁ ଚୁପ୍ ବସିଥାନ୍ତି ବା କେମିତି ।
ଚିଫ୍ ଜଷ୍ଟିସ୍ ବି.ଆର ଗଭଇଙ୍କ ଖଣ୍ଡପୀଠ ମାମଲାର ଶୁଣାଣି ଚାଲିଥିବାବେଳେ ୭୨ ବର୍ଷୀୟ ରାକେଶ କିଶୋର ଜୋତା ଫିଙ୍ଗିଥିଲେ । କାହିଁକି ଏପରି କଲେ ତାକୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି, ''ସନାତନ ଧର୍ମ ସହ ଜଡିତ ମାମଲାରେ ସୁପ୍ରିମକୋର୍ଟ ଆଘାତ ଦେବା ପରି ଆଦେଶ ଦେଇଥାନ୍ତି । ସିଜେଆଇ ଜନସ୍ୱାର୍ଥ ଯାଚିକା ଦାଖଲ କରିଥିବା ଜଣେ ବ୍ୟକ୍ତିଙ୍କୁ ଉପହାସ କରିଥିଲେ । ସେ ସ୍ପଷ୍ଟ ଭାବେ ଭାଗବାନ ବିଷ୍ଣୁଙ୍କ ମୂର୍ତ୍ତି ସହିତ ଜଡିତ ପିଆଇଏଲକୁ ଇଙ୍ଗିତ କରୁଥିଲେ । ସେପ୍ଟେମ୍ବର ୧୬ରେ ଦାଖଲ ପିଆଇଏକୁ ଉପହାସ କରିଥିଲେ ଚିଫ୍ ଜଷ୍ଟିସ୍ଙ୍କ କୋର୍ଟ । ସେ କହିଥିଲେ କି ତୁମେ ତୁମ ଭଗବାନଙ୍କୁ ଯାଇ କୁହ ସେ ତାଙ୍କ ସ୍ଥାନ ପୁନଃସ୍ଥାପିତ କରିବେ । ଯାହା ମୋତେ ବହୁତ ଆଘାତ ଦେଇଥିଲା । ଅନେକ ଧର୍ମ ବିରୋଧରେ ଆସୁଥିବା ମାମଲାରେ ସୁପ୍ରିମକୋର୍ଟ ରୋକ ଲଗାଉଛନ୍ତି । ଆମେ ସନାତନ ଧର୍ମ ସହିତ ଜଡ଼ିତ ମାମଲାରେ ତାଙ୍କ ନିର୍ଦ୍ଦେଶ ମୋତେ ଆହତ କରିଛି । ମୁଁ ହିଂସାକୁ ବିରୋଧ କରେ । କୋର୍ଟରେ ଯାହା ବି ଘଟିଲା ତାଙ୍କ ଆକ୍ସନ ବିରୋଧରେ ମୋର ଆକ୍ସନ ଥିଲା । ମୁଁ ଡରୁନାହିଁ କି ଘଟଣାକୁ ନେଇ ମୋତେ କିଛି ଅନୁତାପ ନାହିଁ ।''
#WATCH | Delhi: Suspended Advocate Rakesh Kishore, who attempted to hurl an object at CJI BR Gavai, says, "...I was hurt...I was not inebriated, this was my reaction to his action...I am not fearful. I don't regret what happened."
— ANI (@ANI) October 7, 2025
"A PIL was filed in the Court of CJI on 16th… pic.twitter.com/6h4S47NxMd
ରାକେଶ କିଶୋର ଆହୁରି କହିଛନ୍ତି, "ସୁପ୍ରିମକୋର୍ଟଙ୍କ ସେହି ବିଚାର ପରେ ରାତିରେ ଶୋଇପାରିଲେ ନାହିଁ । ଏପରି ଅପମାନ ପରେ ମୁଁ କିପରି ବିଶ୍ରାମ ନେଇପାରିବି ତାହା ସର୍ବଶକ୍ତିମାନ ମୋତେ ପ୍ରତି ରାତିରେ ପଚାରୁଛନ୍ତି। ଘଟଣା ସମୟରେ ମୁଁ ମଦ୍ୟପାନ କରିନଥିଲି କି ବଟିକା ଖାଇନାହିଁ । ଏ ଘଟଣାରେ କୌଣସି ରାଜନୈତିକ ଦଳ ଜଡିତ ନାହାଁନ୍ତି । ମୁଁ ଜେଲ ଯିବାକୁ ପ୍ରସ୍ତୁତ । ଜେଲରେ ଥିଲେ ଭଲ ହୋଇଥାନ୍ତା । ମୁଁ ଯାହା କରିଛି ତାକୁ ନେଇ ମୋ ପରିବାର ବହୁତ ଅସନ୍ତୁଷ୍ଟ । ସେମାନେ ବୁଝିପାରୁ ନାହାଁନ୍ତି । ''