ନୂଆଦିଲ୍ଲୀ,୨୯।୯: ଆମେରିକା ସହ କାରବାର ନେଇ ଆଲେଚନା ଚାଲିଛି। ଏହା ଭିତରେ ଭାରତ ଜେଟ୍ ଇଞ୍ଜିନ ତିଆରି କରୁଥିବା ଆମେରିକୀୟ କମ୍ପାନୀ ଜେନେରାଲ ଇଲେକ୍ଟ୍ରିକ୍(ଜିଇ)ସହ 113 F404-IN20 ଫାଇଟର ଜେଟ୍ ଇଞ୍ଜିନ ପାଇଁ ପ୍ରାୟ ୧ ଆରବ ଆମେରିକୀୟ ଡଲାରର ଏକ ଗୁରୁତ୍ବପୂର୍ଣ୍ଣ ଡିଲ୍କୁ ଅନ୍ତିମ ରୂପ ଦେବାକୁ ଯାଉଛି। ନ୍ୟୁଜ ଏଜେନ୍ସି ଏଏନ୍ଆଇ ସହ କଥା ହୋଇ ହିନ୍ଦୁସ୍ତାନ ଏରେନୋଟିକ୍ସ ଲିମିଟେଡ୍ (ହାଲ୍)ର ଅଧ୍ୟକ୍ଷ ଓ ପ୍ରବଦ୍ଧ ନିର୍ଦ୍ଦେଶକ ଡକ୍ଟର ଡିକେ ସୁନିଲ କହିଛନ୍ତି, ଚୁକ୍ତି ଉପରେ ଚଳିତ ବର୍ଷ ଅକ୍ଟୋବର ପର୍ଯ୍ୟନ୍ତ ସାକ୍ଷର ହେବାର ଆଶା କରାଯାଉଛି ଓ ଆଲୋଚନା ଅନ୍ତିମ ପର୍ଯ୍ୟାୟରେ ରହିଛି।
113 GE-404 ଇଞ୍ଜିନ ସହ ଡିଲ୍ ବିଷୟରେ ହାଲ୍ ମୁଖ୍ୟ ଏଏନ୍ଆଇକୁ କହିଛନ୍ତି, ଆମକୁ ଆଶା ରହିଛି ଅକ୍ଟୋବରରେ ଏହା ଉପରେ ଦସ୍ତଖତ ହୋଇପାରେ। ଏହି ଡିଲ୍ ୧ ବିଲିୟନ ଡଲାରରରୁ ଅଧିକ ହେବ। ଡିଲ୍ ଉପରେ ଆଲୋଚନା ସମ୍ପୂର୍ଣ୍ଣ ହୋଇସାରିଛି। ଏହାର ମୂଲ୍ୟ ମଧ୍ୟ ଧାର୍ଯ୍ୟ ହୋଇସାରିଛି। ଆମେ ଏବେ ଡିଲ୍ କଥାକୁ ବୁଝୁଛୁ ଓ ସାକ୍ଷର କରିବାକୁ ଯାଉଛୁ। ମେନ୍ ଡିଲ୍ ଉପରେ ଦସ୍ତଖତ ହୋଇସାରିଛି। ଅକ୍ଟୋବରରେ ଆମେ ଜିଇ ସହ ୧୧୩ ଇଞ୍ଜିନ ପାଇଁ ଡିଲ୍ ଉପରେ ସାକ୍ଷର କରିବୁ।’
‘ହାଲ୍’ର ଜେନେରାଲ ଇଲେକ୍ଟ୍ରିକ୍ ସହିତ ୧୧୩ ଇଞ୍ଜିନ ପାଇଁ ଆଲୋଚନା ଶେଷ ହୋଇଛି। ଡିଲ୍ ଉପରେ ସାକ୍ଷରର ଆଲୋଚନା ଚାଲିଛି। ଏହି ଅର୍ଡରରେ ୬୮ ସିଙ୍ଗିଲ ସିଟ୍ ଯୁଦ୍ଧ ବତମାନ ଓ ୨୯ ଦୁଇଟି ସିଟ୍ ଥିବା ଟ୍ରେନ୍ର ବିମାନ ରହିଛି, ଯାହାର ଡେଲିଭରି ୨୦୨୭-୨୮ ରେ ଆରମ୍ଭ ହେବ। ଏହି ଡେଲିଭରି ଆଗାମୀ ୬ ବର୍ଷରେ ପୁରା ହେବ। ଏଚ୍ଏଏଲର ଲକ୍ଷ୍ୟ ଅକ୍ଟୋବର ପର୍ଯ୍ୟନ୍ତ ପ୍ରଥମ ବିମାନ ତିଆରି କରିବା। ଡକ୍ଟର ସୁନୀଲଙ୍କ ଅନୁସାରେ, ଏପର୍ଯ୍ୟନ୍ତ ତିନୋଟି ବିମାନ ପ୍ରସ୍ତୁତ ରହିଛି। ଆମକୁ ଅନ୍ତିମ ପରୀକ୍ଷଣ କରିବାର ଅଛି। ଆଶା ରହିଛି ପରୀକ୍ଷଣ ଅକ୍ଟୋବର ପର୍ଯ୍ୟନ୍ତ ଶେଷ ହୋଇଯିବ। ମୋତେ ଲାଗୁଛି ଆମେ ଅକ୍ଟୋବର ପର୍ଯ୍ୟନ୍ତ ଡେଲିଭରି କରିପାରିବୁ।
‘ଦ ଇକୋନୋମିକ୍ସ ଟାଇମ୍ସ’ ର ରିପୋର୍ଟ ଅନୁସାରେ, ଆଇଏଏଫ୍ ପାଇଁ 97 LCA Mk1A ବିମାନ କିଣିବା ପାଇଁ MoD ଦ୍ବାରା HAL ସହ ଡିଲ୍ ଉପରେ ସାକ୍ଷର କରିବା ସମ୍ପର୍କରେ ଡିକେ ସୁନିଶ କହିଛନ୍ତି ଆର୍ଥିକ ବର୍ଷ ୨୦୩୨-୩୩ ପର୍ଯ୍ୟନ୍ତ ଆମେ ସବୁ ୧୮୦ ବିମାନକୁ ପୁରା କରିପାରିବୁ। ଏହି ଲକ୍ଷ୍ୟ ଯେ, F404-IN20 ଇଞ୍ଜିନ ଭାରତର ସ୍ବଦେଶୀ ଲାଇଟ୍ କମ୍ବାଟ ଏୟାରକ୍ରାଫ୍ଟ (ଏଲ୍ସିଏ) ତେଜସ୍ Mk1A କୁ ଶକ୍ତି ପ୍ରଦାନ କରିବ। HAL ଭାରତୀୟ ବାୟୁସେନା ଦ୍ବାରା ଅର୍ଡର କରାଯାଇଥିବା ପ୍ରାରମ୍ଭିକ ୮୩ ତେଜସ୍ ଜେଟ୍ ପାଇଁ ୯୯ ଇଞ୍ଜିନ ଡିଲ୍ ପୂର୍ବରୁ ହାସଲ କରିସାରିଛି।