ଦୁବାଇ: ଏସିଆ କପ୍‌ ଫାଇନାଲ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ରୋମାଞ୍ଚକର ମୁକାବିଲା ପରେ ପ୍ରେଜେଣ୍ଟେସନ୍‌ ସେରେମନିରେ ବିବାଦ ଦେଖାଦେଇଥିଲା। ଭାରତୀୟ ଦଳ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଓ ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ୍‌ (ଏସିସି) ଅଧ୍ୟକ୍ଷ ତଥା ପାକିସ୍ତାନର ଗୃହମନ୍ତ୍ରୀ ମୋହସିନ ନାକଭିଙ୍କ ହାତରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା। ଯାହାକୁ ପାକିସ୍ତାନ ଅଧିନାୟକ ସଲମାନ ଆଲି ଆଘା ଅସମ୍ମାନଜନକ ବୋଲି ଟିପ୍ପଣୀ କରିଛନ୍ତି।

ପାକିସ୍ତାନ ଅଧିନାୟକ ଆଘା କହିଛନ୍ତି, “ଭାରତ ଆମ ସହ ହାତ ମିଳାଇବାକୁ ମନା କରି ଆମକୁ ଅସମ୍ମାନ କରିନାହିଁ, ସେମାନେ କ୍ରିକେଟ୍‌କୁ ଅସମ୍ମାନ କରିଛନ୍ତି। ଭଲ ଦଳ କେବେ ଏପରି କରେ ନାହିଁ।ସେ ଆହୁରି ମଧ୍ୟ କହିଛନ୍ତି ଯେ, “ଆମେ ଆମର ଦାୟିତ୍ୱ ପାଳନ କରିବା ପାଇଁ ଟ୍ରଫି ସହ ଫଟୋ ଉଠାଇବାକୁ ଗଲୁ ଓ ଆମର ମେଡାଲ ଗ୍ରହଣ କଲୁ। ଭାରତର ଏହି ଆଚରଣ ଅତ୍ୟନ୍ତ ଅସମ୍ମାନଜନକ।

ଅନ୍ୟପକ୍ଷରେ, ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ସଚିବ ଦେବଜିତ ସାଇକିଆ ସ୍ପଷ୍ଟ କରିଛନ୍ତି ଯେ ଭାରତୀୟ ଦଳ ଏସିସି ଅଧ୍ୟକ୍ଷ ନାକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଛି। ପ୍ରେଜେଣ୍ଟେସନ୍‌ ସେରେମନି ଏକ ଘଣ୍ଟାରୁ ଅଧିକ ବିଳମ୍ବରେ ଆରମ୍ଭ ହୋଇଥିଲା। ଭାରତର ଖେଳାଳି କୁଲଦୀପ ଯାଦବ, ଅଭିଷେକ ଶର୍ମା ଓ ତିଲକ ବର୍ମା ଅନ୍ୟ ଗଣମାନ୍ୟଙ୍କଠାରୁ ସେମାନଙ୍କର ବ୍ୟକ୍ତିଗତ ପୁରସ୍କାର ଗ୍ରହଣ କରିଥିଲେ, କିନ୍ତୁ ନାକଭିଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରିଥିଲେ।

ଏହା ବ୍ୟତୀତ, ପାକିସ୍ତାନ ଅଧିନାୟକ ଆଘା ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଭାରତର ଅପରେସନ୍‌ ସିନ୍ଦୁରରେ ପ୍ରଭାବିତ ପାକିସ୍ତାନ ନାଗରିକ ଓ ଶିଶୁଙ୍କ ପାଇଁ ସେମାନଙ୍କର ମ୍ୟାଚ୍‌ ଫିଦାନ କରିବ। ଅନ୍ୟପକ୍ଷରେ, ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏପ୍ରିଲରେ ଜମ୍ମୁ ଓ କାଶ୍ମୀରର ପାହାଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ ୨୬ ଜଣଙ୍କ ପାଇଁ ତାଙ୍କର ମ୍ୟାଚ୍‌ ଫିଦେଶର ସଶସ୍ତ୍ର ବାହିନୀ ଓ ପୀଡ଼ିତଙ୍କୁ ଦାନ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଆକ୍ରମଣର ପ୍ରତିଶୋଧ ସ୍ୱରୂପ ଭାରତ ଦୁଇ ସପ୍ତାହ ପରେ ଅପରେସନ୍‌ ସିନ୍ଦୁରଜରିଆରେ ପାକିସ୍ତାନ ଅଧିକୃତ ଅଞ୍ଚଳରେ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରିଥିଲା।

ଏହି ଘଟଣା ଦୁଇ ଦେଶ ମଧ୍ୟରେ ରାଜନୈତିକ ଓ କ୍ରୀଡ଼ା ସମ୍ପର୍କରେ ଉତ୍ତେଜନାକୁ ଆହୁରି ବଢ଼ାଇଛି।