ଭୁନେଶ୍ବର,୨୮/୦୯: ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପ୍ରତିବର୍ଷ ବିଜେଡି ପଦଯାତ୍ରା କରିଆସୁଛି । ଏଥିରେ ଜନତାଙ୍କ ବିଭିନ୍ନ ସମସ୍ୟା ନେଇକୁ ତର୍ଜମା କରାଯାଏ । ଏହାକୁ ତୃଣମୂଳ ସ୍ତର ଯାଏଁ ନିଆଯାଏ । ଚଳିତ ବର୍ଷ ପାର୍ବଣକୁ ଦୃଷ୍ଟିରେ ରଖି ଗାନ୍ଧି ଜୟନ୍ତିରୁ ପଦଯାତ୍ରା ସଂକଳ୍ପ ନିଆଯିବ । ଏନେଇ ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ଅକ୍ଟୋବର ୯ରୁ ଗୋପବନ୍ଧୁ ଜୟନ୍ତୀରୁ ନଭେମ୍ବର ୯ ଯାଏଁ ପଦଯାତ୍ରା ହେବ। ପୂର୍ବରୁ ବିଜେଡି ସରକାର ଯେଉଁ ରୂପାନ୍ତର ଆଣିଥିଲା, ସେ ନେଇ ଆଲୋଚନା ହେବ। ୧୫ ମାସର ସରକାରଙ୍କ ବିଫଳତା ନେଇ ଲୋକ ଅଭିଯୋଗ କଲେଣି। ପଦଯାତ୍ରାରେ ଏହି କଥା ସହ ନବୀନ ପଟ୍ଟନାୟକଙ୍କ ବିକାଶ ସମ୍ପର୍କରେ ଜଣାଯିବ। ପାର୍ବଣ ଦିନରେ ପଦଯାତ୍ରା ହେବନି। ଏଥିରେ ବିଜେଡିର ସମସ୍ତ ଛାମୁଆ ସଂଗଠନ ଯୋଗ ଦେବେ ବୋଲି  ଦେବୀ ମିଶ୍ର କହିଛନ୍ତି ।       

ବିଜେଡି ପଦଯାତ୍ରା କଥା କହି ବିଜେପିକୁ ଟାର୍ଗେଟ୍ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ୍ । ସେ କହିଛନ୍ତି, ପ୍ରତିବର୍ଷ ପରି ଏ ବର୍ଷ ବି ପଦଯାତ୍ରା ହେବ। ନଭେମ୍ବର ୯ ଯାଏଁ ହେବ।  ପ୍ରତିବର୍ଷ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହା ହୁଏ।  ନବୀନ ପଟ୍ଟନାୟକ ସରକାର ବିକାଶ କରିଥିଲେ। ହେଲେ ଓଡ଼ିଆ ଅସ୍ମିତା ଓ ପରିବର୍ତ୍ତନର ନାରା ଦେଇ ବିଜେପି ସରକାରକୁ ଆସି ବିକାଶକୁ ବନ୍ଦ କରି ଦେଇଛନ୍ତି। ନିଶାମୁକ୍ତ ଅଭିଯାନ କରୁଛନ୍ତି । ହେଲେ ବନ୍ଦ ହୋଇପଡ଼ିଥିବା ୭୦ ମଦ ଦୋକାନ ଖୋଲି ଏହା କେମିତି କରିବେ ବୋଲି ପ୍ରଶ୍ନ କରିଥିଲେ । ଏକ ବର୍ଷ ଅନୁଭୂତି ଅନେକ ନିଶା, ନାରୀ ନିର୍ଯାତନା, ଚାଷୀ ଶୋଷଣର ଅନୁଭୂତି । ପରିବର୍ତ୍ତନ କଥା କହିଲେ, କେବଳ ରଙ୍ଗ ମାରି ପରିବର୍ତନ କରୁଛନ୍ତି । ପଂଚାୟତ ପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରିଛନ୍ତି। BSKY ପରିବର୍ତ୍ତନ କରି ରୋଗୀଙ୍କୁ ହଇରାଣ କରୁଛନ୍ତି ।  ଏ ସବୁ ବ୍ୟବସ୍ଥା କରି ଲୋକଙ୍କୁ ହଇରାଣ କରିବାକୁ ସରକାର କାମ କରୁଛନ୍ତି । ଏ ହେଉଛି ସରକାରଙ୍କ ପରିବର୍ତ୍ତନ। ସବୁ ମେଡିକାଲରେ ଡାକ୍ତର, ସବୁ ସ୍କୁଲରେ ଶିକ୍ଷକ, ନିଯୁକ୍ତି କଥା କହିଥିଲେ, ହେଲେ କଲେନି। ନବୀନ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା କାମ ବି ବନ୍ଦ କରିଦେଇଛନ୍ତି । ଦୁଇ କୋଟି ଚାକିରି କଥା କହିଲେ, ଏବେ ପକୋଡ଼ି ବିକିବାକୁ ଚାକିରି କହୁଛନ୍ତି । କଳା ଧନର ମିଛ ସ୍ଲୋଗାନ୍ ଦେଲା କେନ୍ଦ୍ର । ଏହାକୁ ଅନୁସରଣ କରୁଛନ୍ତି ରାଜ୍ୟ ବିଜେପି ନେତା। ବାଧ୍ୟ ହେଉଛନ୍ତି କେନ୍ଦ୍ର ନେତାଙ୍କ କଥା ଆଣିବାକୁ। ୨୦ ସାଂସଦଙ୍କ ମୁହଁ ଖୋଲୁନି । GST କାଉନସିଲରେ ଓଡ଼ିଶା ପାଇଁ ମୁହଁ ଖୋଲିଲେନି। ଯାହା ବିକାଶ, ନବୀନ ପଟ୍ଟନାୟକ ସମୟରେ ହୋଇଥିଲା।

ପଦଯାତ୍ରାରେ ବିଜେପିର ମୁଖା ଖୋଲିବ ବିଜେଡି । ବିଜୁ ପଟ୍ଟନାୟକ ମହିଳା ମାନଙ୍କୁ ରାଜନୀତିକୁ ଆଣିବା ପାଇଁ ୩୩% ସଂରକ୍ଷଣ କରିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗ କରିଥିଲେ। ତାଙ୍କ ପୁଅ ନବୀନ ପଟ୍ଟନାୟକ ୫୦% ସଂରକ୍ଷଣ କରିଥିଲେ। ମିଶନ ଶକ୍ତି ବିଭାଗ ହେଲା। ଏଥିରେ ମହିଳାଙ୍କୁ ସଶକ୍ତ କରିବାକୁ କୃଷି ମିତ୍ର,  ପ୍ରାଣୀମିତ୍ର  MBK, CRP କରାଯାଇଥିଲା। ସେଥି ପାଇଁ ସେମାନଙ୍କୁ ଦରମା ମିଳୁଥିଲା।  ହେଲେ ବିଜେପି ସରକାର ଏହାକୁ ଭାଙ୍ଗୁଛନ୍ତି । ମିଶନ ଶକ୍ତି ବଜେଟ୍ ସଂକୁଚିତ କରିଛନ୍ତି । କିପରି MBK, CRP, EC ସଦସ୍ୟଙ୍କୁ ବିତାଡିତ କରିବେ, ସେ କାମ କରୁଛନ୍ତି ସରକାର। ନିଜ କୁଜି ନେତାଙ୍କୁ ରଖିବାକୁ ଯୋଜନା ହେଉଛି। ବିଜେଡି ମିଶନ ଶକ୍ତି ସହ ଅଛି। ସରକାର ଷଡଯନ୍ତ୍ର ବନ୍ଦ ନ କଲେ, ମହିଳାମାନଙ୍କ ସହ ବିଜେଡି ଠିଆ ହୋଇ ଲଢେଇ କରିବ ବୋଲି ବିରୋଧୀ ଦଳ ଉପସଚେତକ ପ୍ରମିଳା ମଲ୍ଲିକ କହଛନ୍ତି ।     ​​​​​​​