ଭୁବନେଶ୍ୱର,୦୨/୦୯: ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ମିଳିବ କିଓସ୍କୋ ସେବା । ପୁରୁଣା  ବସ୍‌ଷ୍ଟାଣ୍ଡରେ ଦୋକାନ କରିଥିବା ଦୋକାନୀଙ୍କୁ ଦୋକାନ ମିଳିବ । ଦୋକାନ ଆବଣ୍ଟନ ପାଇଁ ଲଟେରି କରାଯିବ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର  ଉନ୍ନୟନ କର୍ତ୍ତୃପକ୍ଷ( ବିଡିଏ) ଉପାଧ୍ୟକ୍ଷ ଡ. ଏନ୍‌  ତିରୁମାଳା ନାଏକ  ।

ସେ କହିଛନ୍ତି, ଦୋକାନ  ଆବଣ୍ଟନକୁ ନେଇ ଦୋକାନୀଙ୍କ ମଧ୍ୟରେ ଥିବା  ଅର୍ନ୍ତଦ୍ୱନ୍ଦ୍ୱ ଦୂର ହୋଇଛି ।   ଦୋକାନ ଆବଣ୍ଟନ ଲାଗି ଲଟେରି କରାଯିବ । ୧୦ ଦିନ ଭିତରେ ଲଟେରି ମାଧ୍ୟମରେ ୧୨୦ ଦୋକାନ  ଆବଣ୍ଟନ କରାଯିବ । ବସ୍‌ ଟର୍ମିନାଲରେ ପାଖାପାଖି  ଲକ୍ଷେ ବର୍ଗ ମିଟର କମର୍ସିଆଲ ସ୍ପେସ୍‌ ରହିଛି । ଏହାର  ଉନ୍ନତି ପାଇଁ ପ୍ରତି ବର୍ଗ ମିଟରକୁ ୫୨ ଟଙ୍କା ହିସାବରେ ଗୋଟିଏ ଏଜେନ୍ସିକୁ ଦିଆଯାଇଛି । ଏଜେନ୍‌ସି ଉନ୍ନତୀକରଣ କାମ କରିବ । ଖୁବ୍‌ଶୀଘ୍ର ସେହି ଏଜେନ୍‌ସିକୁ ୱାର୍କ ଅର୍ଡର ଦିଆଯିବ । କିଛି ଷ୍ଟ୍ରକଚରରେ ପରିବର୍ତ୍ତନ କରାଯିବ । ଯେଉଁ ସୁବିଧା ସୁଯୋଗ  ଯୋଗାଇବା ଲକ୍ଷ୍ୟ ନେଇ ବସ୍‌ ଟର୍ମିନାଲ ଆରମ୍ଭ  ହୋଇଥିଲା ସବୁ ସୁବିଧା ସୁଯୋଗ ଯାତ୍ରୀଙ୍କୁ ମିଳିବ  ।