ଭଦ୍ରକ,୨୫/୧୦: ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀ ପୂଜାକୁ ଘାରିଛି ବାତ୍ୟା ଭୟ । ପଞ୍ଚମ ଦିନରେ ମେଳା ପହଞ୍ଚିଛି । ଶୁକ୍ରବାର ଚତୁର୍ଥ ଦିନ ସନ୍ଧ୍ୟାରେ ଭିଡ଼ ସୀମା ଟପିଛି । ୯ ଦିନ ଧରି ହେବାକୁ ଥିବା ମେଳାକୁ ନେଇ ଜିଲ୍ଲାବାସୀ ବେଶ ଖୁସି ଥିଲେ । ଅକସ୍ମାତ ବାତ୍ୟା ହେବା ନେଇ ଆଗାୁଆ ସୂଚନା ମିଳିଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଯଦିଓ ବାତ୍ୟା ଭୟ କମ ରହିଛି । ହେଲେ ୨୭ରୁ ବର୍ଷାର ତାଣ୍ଡବ ରଚୁଛି । ଭଦ୍ରକ ଜିଲ୍ଲାରୁ ୨୯ ତାରିଖ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ୨୯ ତାରିଖ ସକାଳୁ ମା’ଙ୍କ ମେଲାଣି ଶୋଭାଯାତ୍ରା କରାଯିବ । ୨୭ରୁ ବାତ୍ୟା ପ୍ରଭାବ ଅନୁଭତ ହେବା ନେଇ ସୂଚନା ମିଳିବା ପରେ କାଳୀ ପୂଜାରେ ଏବେ ସେହି ଚର୍ଚ୍ଚା ଆରମ୍ଭ ହୋଇଛି । ବ୍ୟସାୟୀଠାରୁ ଆରମ୍ଭ କରି ଆୟୋଜକ ମଣ୍ଡପ । କାରଣ ମେଳା ଶେଷ ୩ ଦିନ ବେଶ ଜମେ । ସମଗ୍ର ଭଦ୍ରକ ସହର ଅଞ୍ଚଳ ଚଳଚଞ୍ଚଳ ରହିବା ସହିତ ଚରମ୍ପା ପରିସର ଶ୍ରଦ୍ଧାଳୁଙ୍କ ସମାଗମରେ ଉଛୁଳେ ।
୨୬, ୨୭ ଓ ୨୮ ତାରିଖ ନାହିଁ ନ ଥିବା ଭିଡ଼ ହେବା ନେଇ ପ୍ରଶାସନ ବି ସଜାଗ ଥିଲା । ବ୍ୟବସାୟୀମାନେ ଏହି ତିନି ଦିନରେ ରେକର୍ଡ଼ ବେପାର ବି ହେବାର ଥିଲା । ଏବେ ବତ୍ୟା ଭୟ ସବୁ ବିଗାଡ଼ି ଦେଇଛି । ଅପେର ମଞ୍ଚରୁ ମୀନା ବଜାର ଦୋଳି ଆସର ସବୁଠି ବାତ୍ୟାକୁ ନେଇ ମନ ଉଣା ହୋଇଛି । ମା’ଙ୍କ କୃପାରୁ ଆମର କିଛି ଅସୁବିଧା ହେବନି ବୋଲି ପିଡବ୍ଲ୍ୟଆଇ ଆୟୋଜକ ନଳିନୀ ମହାନ୍ତି କହିଛନ୍ତି । ସେହିଭଳି ବାତ୍ୟା ସୂଚନା ମିଳିବା ପରେ ଆଜି ଅତ୍ୟଧିକ ଭିଡ଼ ବଢିଥିବା କୁହାଯାଉଛି । ଯେହେତୁ ଶେଷ ଦୁଇ ଦିନ ଶ୍ରଦ୍ଧାଳୁଙ୍କ ସମାଗମ ବାତ୍ୟା ପାଇଁ କମିବାର ସମ୍ଭାବନା ଥିବାରୁ ଭିଡ଼ ବହୁଳ ମାତ୍ରାରେ ଦେଖିବାକୁ ମିଳିଛି ।