ନିଶ୍ଚିନ୍ତକୋଇଲି, ୧୨/୯ : ଟ୍ରାକ୍ଟର ଧକ୍କାରେ ବାଇକ୍ ଚାଳକଙ୍କ ମୃତ୍ୟୁ। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମହମ୍ମଦପୁର ପଞ୍ଚାୟତ ବିଲହାଟରେ ଏହି ଦୁର୍ଘଟଣା ଘଟିଛି। ମୃତକ ଜଣଙ୍କ ସଂଗ୍ରାମପୁର  ଗାଁର ସେକ୍ ଅନୱର ଅଲ୍ଲୀ (୬୦ ବର୍ଷ) ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ସଂଗ୍ରାମପୁର ଗାଁର ସେକ ଅନୱର ଅଲ୍ଲୀ ଶୁକ୍ରବାର ମଧ୍ୟାହ୍ନରେ ନମାଜ ପାଠ କରିବାକୁ ସ୍ଥାନୀୟ ମହମ୍ମଦପୁର ମସଜିଦକୁ ଏକ ବାଇକ୍ ଯୋଗେ ଆସୁଥିଲେ। ଏହି ସମୟରେ ନାହଳପୁରରୁ ଇଟା ନେଇ ଯାଉଥିବା ଏକ ଟ୍ରାକ୍ଟର ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।