କେନ୍ଦୁଝର ସଦର, ୩୧/୧୦ : ଟ୍ରକ୍ ଧକ୍କାରେ ବାଇକ୍ ଚାଳକ ମୃତ, ୨ ଗୁରୁତର। କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ୨୦ ନଂ ଜାତୀୟ ରାଜପଥ ପଦ୍ମପୁର ବଜାର କଲେଜ ଛକରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ସୂଚନାନୁଯାୟୀ, ଶୁକ୍ରବାର ପଦ୍ମପୁର ବଜାର କଲେଜ ଛକରେ ଦୁର୍ଘଟଣା ଘଟିଛି। ଟ୍ରକ୍ ଧକ୍କାରେ ଜଣେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ସଦର ଥାନା ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଏବଂ ବାଇକ୍ ଜବତ କରିଛି । ମୃତ ବ୍ୟକ୍ତି ଜଣଙ୍କ ସଦର ବ୍ଲକ ଅନ୍ତର୍ଗତ ବରଦାପାଳ ପଞ୍ଚାୟତ ଉପରକୁସୁମିତା ଗ୍ରାମର ବୋଲି ଜଣାପଡ଼ିଛି।