ରାୟଗଡ଼ା, ୬/୧୧ : ରାସ୍ତାକଡ଼ରୁ ଯବାନଙ୍କ ମୃତଦେହ ଉଦ୍ଧାର। ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପିତାମହଲ ଗାଁ ନିକଟ ଆଇଟିଆଇ ଟ୍ରେନିଂ ସେଣ୍ଟର ନିକଟ ଜଙ୍ଗଲରୁ ଜଣେ OAPF ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନାନୁଯାୟୀ, ରାୟଗଡ଼ା ଟାଉନ ଥାନାରେ କାର୍ଯ୍ୟରତ OAPF ଯବାନ ଗୌରୀ ତାଡ଼ିଙ୍ଗି ବୁଧବାର ରାତିରେ ପାଟ୍ରୋଲିଂ ଦାୟିତ୍ଵରେ ଥିଲେ। ଆଜି ଭୋର୍ରୁ ଶେଷଖାଲ ଅଭିମୁଖେ ଯାଉଥିଲେ। ସକାଳେ ପିତାମହଲ ଗାଁ ନିକଟ ଆଇଟିଆଇ ଟ୍ରେନିଂ ସେଣ୍ଟର ନିକଟରେ ତାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଖବର ପାଇବା ପରେ ଶେଷଖାଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଗୌରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସେ କିଛି ଦିନ ହେବ ଅସୁସ୍ଥ ଥିଲେ ଏବଂ କାର୍ଯ୍ୟରେ ଯୋଗ ଦେବା ବେଳେ ସମ୍ପୂର୍ଣ୍ଣ ସୁସ୍ଥ ହୋଇନଥିଲେ ବୋଲି ପରିବାର ଲୋକେ କହିଛନ୍ତି।