କେନ୍ଦ୍ରାପଡ଼ା, ୧୮/୧୦ : ମାଛ ଧରିବାକୁ ଯାଇ ଆଉ ଫେରିଲେନି ଯୁବକ। ଗାଁ ପାଟ ନାଳିରୁ ଯୁବକଙ୍କ ମୃତଦେହ ଉଦ୍ଧାର। କେନ୍ଦ୍ରାପଡ଼ା ବ୍ଲକ ନିକିରାଇ ଥାନା କୋର ଗାଁରେ ଏଭଳି ଘଟଣା ଘଟିଛି। ମୃତକ ଜଣଙ୍କ କୋର ଗାଁର କାଳିନ୍ଦୀ ଚରଣ ଦାସ ବୋଲି ଜଣାପମିଛି।
ସୂଚନାନୁଯାୟୀ, ଶୁକ୍ରବାର ସକାଳେ ନିକିରାଇ ଥାନା କୋର ଗାଁର କାଳିନ୍ଦୀ ଜାଲ ନେଇ ମାଛ ମାରିବା ପାଇଁ ସ୍ଥାନୀୟ ପାଟକୁ ଯାଇଥିଲେ। ସନ୍ଧ୍ୟାରେ ଘରକୁ ନଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଆଜି ସକାଳୁ ପାଟ ନାଳିରେ କାଳିନ୍ଦୀଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ନିକିରାଇ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। କାଳିନ୍ଦୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ହତ୍ୟା ସନ୍ଦେହ କରୁଛନ୍ତି।