କଣ୍ଟାମାଳ,୨୨/୧୦ :  ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ବୌଦ୍ଧ- କନ୍ଧମାଳ ସୀମାନ୍ତ କଣ୍ଟାମାଳ ଥାନା ଅନ୍ତର୍ଗତ ଲୁଇସିଂ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ହାଇୱା ଗାଡି ପିକଅପ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଆହତଙ୍କୁ କଣ୍ଟାମାଳ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯାଇ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି l

ସୂଚନା ଅନୁସାରେ, କଣ୍ଟାମାଳ ପଟୁ ମାକ୍ସ ପିକଅପ ଗାଡ଼ିରେ ୧୧ଜଣ ଶ୍ରମିକ କାମ ପାଇଁ ଫୁଲବାଣୀ ପଟକୁ ଯାଉଥିବା ବେଳେ ଫୁଲବାଣୀ ପଟୁ ହାୱା ଗାଡ଼ି ଆସୁଥିଲା । ଫଳରେ ହାୱା ଗାଡ଼ିଟି ପିକଅପ ଗାଡ଼ିକୁ ଧକ୍କା ଦେଇଥବାରୁ ପିକଅପ ଗାଡ଼ିରେ ଥିବା ୧୧ଜଣ ମଧ୍ୟରୁ ଖବର ଲେଖାଯିବା ପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟମାନଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାମାଳ ଡାକ୍ତରଖାନାକୁ ନିଆଯାଇଥିଲା l ବିଏସଏଫ ଯବାନ, ଅଗ୍ନିଶମ କର୍ମଚାରୀ, ପୁଲିସ, ଜନସାଧାରଣ ଓ ଆମ୍ବୁଲାନ୍ସ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ସୂଚନା ମିଳିଛି।