ନୂଆଦିଲ୍ଲୀ: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍ ୭୫ତମ ଜନ୍ମଦିନ ଉପଲକ୍ଷେ ଯୁକ୍ତରାଜ୍ୟର MP ବବ୍ ବ୍ଲାକମ୍ୟାନ୍ ପାର୍ଲାମେଣ୍ଟରେ ଏକ ବିଶେଷ ଉତ୍ସବ ଆୟୋଜନ କରିଥିଲେ। ସାମାଜିକ ଗଣମାଧ୍ୟମ ଏକ୍ସରେ ଏକ ପୋଷ୍ଟରେ ବ୍ଲାକମ୍ୟାନ୍ କହିଥିଲେ, “ଗତକାଲି ମୁଁ ପାର୍ଲାମେଣ୍ଟ ଭବନରେ ପିଏମ୍ ମୋଦୀଙ୍କ ୭୫ତମ ଜନ୍ମଦିନ ଉପଲକ୍ଷରେ ଉତ୍ସବ ଆୟୋଜନ କରିଥିଲି। ଯାହାଦ୍ୱାରା ମୁଁ ବହୁତ ଖୁସି ହୋଇଥିଲି।ଏହି ପୋଷ୍ଟରେ ସେ କିଛି ଫଟୋ ଶେୟାର୍ କରିଥିଲେ, ଯେଉଁଥିରେ ଅଂଶଗ୍ରହକମାନେ ମୁହଁର ମୋଦୀଙ୍କ ଫଟୋ ଥିବା ମାସ୍କ ପିନ୍ଧି ଉତ୍ସବରେ ଅଂଶଗ୍ରହଣ କରୁଥିବା ଦେଖାଯାଉଛି। 

ଏହି ଉତ୍ସବ ମୋଦୀଙ୍କ ଭାରତୀୟ ଡାୟସ୍ପୋରା (ପ୍ରବାସୀ ଭାରତୀୟମାନଙ୍କ ସମୁଦାୟ) ସହିତ ତାଙ୍କର ନିକଟତାକୁ ଉଜାଗର କରିଛି। ବ୍ଲାକମ୍ୟାନ୍ ପ୍ରାୟତଃ ଭାରତୀୟ ସମୁଦାୟର ଇଭେଣ୍ଟଗୁଡ଼ିକୁ ସମର୍ଥନ କରିଥାନ୍ତି। ଜୁନ୍ ମାସରେ ସେ ପାକିସ୍ତାନକୁ "ଫେଲ୍‌ଡ୍ ଷ୍ଟେଟ୍" (ବିଫଳ ରାଜ୍ୟ) କହି ସମାଲୋଚନା କରିଥିଲେ ଏବଂ ପଚାରିଥିଲେ ଯେ ଏହା ପ୍ରକୃତରେ ଗଣତନ୍ତ୍ର ନା ସୈନ୍ୟ ଶାସିତ ଦେଶ।

ଏହାସହ ଲଣ୍ଡନରେ ବିଜେପି ସାଂସଦ ରବିଶଙ୍କର ପ୍ରସାଦଙ୍କ ନେତୃତ୍ୱାଧୀନ ଏକ ଭାରତୀୟ ପାର୍ଲାମେଣ୍ଟାରୀ ଡେଲିଗେସନଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ଯେଉଁଠି ସେ ପାକିସ୍ତାନକୁ ଦିଆଯାଉଥିବା ଆନ୍ତର୍ଜାତୀୟ ସହାୟତାର ବ୍ୟବହାର ଉପରେ ପ୍ରଶ୍ନ ଉଠାଇଥିଲେ। ଏହି ପରିପ୍ରେକ୍ଷିରେ ସେ କହିଥିଲେ ଯେ ବିକାଶ ପାଇଁ ଦିଆଯାଉଥିବା ଅର୍ଥ ଚାଇନା ଅସ୍ତ୍ରଶସ୍ତ୍ର କିଣିବାରେ ବ୍ୟବହୃତ ହୋଇ ଭାରତକୁ ଲକ୍ଷ୍ୟ କରି ଆତଙ୍କବାଦୀମାନଙ୍କ ହାତରେ ପହଞ୍ଚୁଛି। 

 ଅଂଶଗ୍ରହକମାନେ ମୋଦୀଙ୍କ ମୁହଁର ମାସ୍କ ପିନ୍ଧି ଉତ୍ସବରେ ଯୋଗ ଦେଇଥିଲେ। ବ୍ଲାକମ୍ୟାନ୍ ଏକ୍ସରେ ଫଟୋ ଶେୟାର୍ କରି ଘଟଣା ସମ୍ପର୍କରେ ସମସ୍ତଙ୍କୁ ସୂଚନା ଦେଇଛନ୍ତି।