ଭୁବନେଶ୍ୱର,୦୯/୧୧: ଯୁଗ୍ମ ପ୍ରବେଶିକା  ପରୀକ୍ଷା(ଜେଇଇ) ମେନ୍‌ ଆବେଦନ ପାଇଁ  ପାଇଁ ସମସ୍ତ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ  ପିଲାଙ୍କୁ ପଞ୍ଜୀକରଣ ନମ୍ବର ପ୍ରଦାନ କର ।  ଏପରି ନିର୍ଦ୍ଦେଶ ଦେଇଛି କେନ୍ଦ୍ରୀୟ ମାଧ୍ୟମିକ  ଶିକ୍ଷା ବୋର୍ଡ(ସିବିଏସ୍‌ଇ) ।

ସିବିଏସ୍‌ଇ ପକ୍ଷରୁ  ସମସ୍ତ ଅନୁବନ୍ଧିତ ସ୍କୁଲକୁ ଲେଖାଯାଇଥିବା  ଚିଠିରେ ଉଲ୍ଲେଖ ରହିଛି, ଜେଇଇ ମେନ୍‌-୨୦୨୬ ଆବେଦନ ପାଇଁ ଯେଉଁ ପିଲାମାନେ  ଆବେଦନ କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ସ୍କୁଲ  କର୍ତ୍ତୃପକ୍ଷ ପଞ୍ଜୀକରଣ ପ୍ରଦାନ କରନ୍ତୁ । ଅନେକ  ପିଲା ପଞ୍ଜୀକରଣ ପାଇବାରୁ ବଞ୍ଚିତ ହେଉଥିବା  ଅଭିଯୋଗ କରିଛନ୍ତି ଅଭିଭାବକ । ତେଣୁ ପିଲା  ସମସ୍ୟାକୁ ଆଖି ଆଗରେ ରଖି ସିବିଏସ୍‌ଇ  ପକ୍ଷରୁ ସମସ୍ତ ସ୍କୁଲକୁ ଚିଠି ହୋଇଛି ।