ଭୁବନେଶ୍ୱର,୦୫/୧୦ : ଦୀପାବଳି ଉତ୍ସବ ଏଥର ଜିଓ ଭାରତ ଫୋନ ସହିତ । ମାତ୍ର ୬୯୯ଟଙ୍କାରୁ ଆରମ୍ଭ ହେବ ମୋବାଇଲ୍ । ରିଲାଏନ୍ସ ଜିଓ ଏହାର "୨ଜି-ମୁକ୍ତ ଭାରତ" ଅଭିଯାନର ଅଂଶ ଭାବେ ଓଡ଼ିଶାରେ ଗ୍ରାହକମାନଙ୍କୁ ୨ଜିରୁ ୪ଜିକୁ ଅପଗ୍ରେଡ୍ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ଦୀପାବଳିରେ, ଜିଓ ଭାରତ ମୋବାଇଲ୍ ଫୋନ୍ ମାତ୍ର ୬୯୯ ଟଙ୍କାରୁ ଆରମ୍ଭ ହୋଇ ବେଶ୍ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ । କମ୍ପାନୀ ରାଜ୍ୟର ୯୦ ଲକ୍ଷରୁ ଅଧିକ ଗ୍ରାହକଙ୍କ ପାଖରେ ଏହି ମୋବାଇଲ୍ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି । ଯେଉଁମାନେ ୨ଜି ନେଟୱାର୍କ ବ୍ୟବହାର କରୁଛନ୍ତି ସେମାନେ ଏବେ ଶସ୍ତାରେ ଧରିପାରିବେ ୪ଜି ଫୋନ୍ । ଜିଓ କେବଳ ଅତ୍ୟାଧୁନିକ ୪ଜି ପ୍ରଯୁକ୍ତି ବ୍ୟବହାର କରି ଡିଜିଟାଲ୍ ଇଣ୍ଡିଆର ରୋଡମ୍ୟାପକୁ ଆଗକୁ ବଢ଼ାଉଛି।
ଓଡିଶାରେ ଜିଓ ଭାରତ ଫୋନ୍ ଦ୍ରୁତ ଗତିରେ ଲୋକପ୍ରିୟତା ହାସଲ କରୁଛି କାରଣ ଏହାର ମାସିକ ରିଚାର୍ଜ ସବୁଠାରୁ ଶସ୍ତା ରହିଛି । ଗ୍ରାହକମାନଙ୍କୁ ୨୮-ଦିନର ବୈଧତା ରହିଥିବା ପ୍ଲାନ୍ ପାଇଁ କେବଳ ୧୨୩ ଟଙ୍କା ଦେବାକୁ ପଡ଼ିବ। ଏହି ସୁଲଭ ପ୍ଲାନରେ ଦୈନିକ ଅଧା ଜିବି ଲେଖାଏଁ ୧୪ ଜିବି ଡାଟା ଏବଂ ଅସୀମିତ କଲିଂ ଅନ୍ତର୍ଭୁକ୍ତ ରହିଛି । ଅନ୍ୟପକ୍ଷରେ, ଅନ୍ୟ ଟେଲିକମ୍ କମ୍ପାନୀଗୁଡ଼ିକର ସମାନ ଅବଧି ପ୍ଲାନ୍ ସର୍ବନିମ୍ନ ୧୯୯ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ସେଥିରେ ମାତ୍ର ୨ଜିବି ଡାଟା ମିଳିଥାଏ। ଏହିଭଳି ଦେଖିଲେ ଜିଓ ଭାରତ ରିଚାର୍ଜ ମୂଲ୍ୟ ଅନ୍ୟ ଅପରେଟରଙ୍କ ତୁଳନାରେ ୩୮ ପ୍ରତିଶତ ଶସ୍ତା ରହିଛି । ଯାହା ଦ୍ଵାରା ଗ୍ରାହକମାନେ ପ୍ରତିମାସ ଅନ୍ୟୁନ ୭୬ ଟଙ୍କା ସଞ୍ଚୟ କରିପାରିବେ। ଜିଓ ଭାରତ ବାର୍ଷିକ ପ୍ଲାନ୍ ମଧ୍ୟ ଉପଲବ୍ଧ ରହିଛି, ଯାହା ପାଇଁ ଗ୍ରାହକମାନଙ୍କୁ କେବଳ ୧୨୩୪ ଟଙ୍କା ଦେବାକୁ ପଡିବ।
ଜିଓ ଭାରତ ଫୋନ୍ ସୁଲଭ ଇଣ୍ଟରନେଟ୍ ସୁବିଧା ପ୍ରଦାନ କରିବା ସହିତ ମନୋରଞ୍ଜନ ଏବଂ ଦୈନନ୍ଦିନ ଆବଶ୍ୟକତାଗୁଡିକୁ ମଧ୍ୟ ପୂରଣ କରିଥାଏ। ଗ୍ରାହକମାନଙ୍କୁ ଜିଓ ହଟଷ୍ଟାର ସବସ୍କ୍ରିପସନ୍, ଜିଓ ସାଭନ୍ରେ ଆଠ କୋଟିରୁ ଅଧିକ ଗୀତର ଉପଲବ୍ଧତା ଏବଂ ଜିଓ ଟିଭିରେ ୬୦୦ରୁ ଅଧିକ ଚ୍ୟାନେଲ ଦେଖିବାର ସୁବିଧା ମିଳିଥାଏ। ଏହା ସହିତ, ଜିଓ ଭାରତ ଫୋନରେ ଜିଓ ପେ ଜରିଆରେ ଗ୍ରାହକମାନେ ୟୁପିଆଇ (UPI) ଟଙ୍କା ଦେଣନେଣ କରିପାରିବେ। ବ୍ୟବସାୟ ଏବଂ ଦୋକାନୀମାନଙ୍କ ସୁବିଧା ପାଇଁ ଜିଓ ପକ୍ଷରୁ ମାଗଣା ଜିଓ ସାଉଣ୍ଡ ପେ ସୁବିଧା ମଧ୍ୟ ଉପଲବ୍ଧ କରାଯାଉଛି ।