ଭୁବନେଶ୍ବର,୨୩।୧୦ : ଖୋର୍ଦ୍ଧା ରୋଡ୍ ଡିଭିଜନର ଘଣ୍ଟପଡା ଲେଭଲ କ୍ରସିଂ ଗେଟକୁ ରୋଡ୍ ଓଭର ବ୍ରିଜରେ ପରିଣତ କରିବା କାର୍ଯ୍ୟ ପାଇଁ ଟ୍ରେନ ଚଳାଚଳରେ ପରିବର୍ତ୍ତିନ କରାଯାଇଛି। ଟ୍ରେନଗୁଡ଼ିକୁ ସଂକ୍ଷିପ୍ତ ସମୟ ପାଇଁ ରହଣୀ ଅବଧି ଏବଂ କିଛି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯିବ
ଟ୍ରେନ ନମ୍ବର ୧୮୧୨୫ ରାଉରକେଲା-ପୁରୀ ଏକ୍ସପ୍ରେସ ୨୩ ରୁ ୨୭ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ ପୁରୀ ପରିବର୍ତ୍ତେ ଅନୁଗୁଳରେ ସଂକ୍ଷିପ୍ତ-ଅବଧି ଦିଆଯିବ। ସେହିପରି ଟ୍ରେନ ନମ୍ବର ୧୮୧୨୬ ପୁରୀ-ରାଉରକେଲା ଏକ୍ସପ୍ରେସ ୨୪ ରୁ ୨୮ ଅକ୍ଟୋବର ୨୦୨୫ ମଧ୍ୟରେ ପୁରୀ ପରିବର୍ତ୍ତେ ଅନୁଗୁଳରୁ ସଂକ୍ଷିପ୍ତ-ଉତ୍ପତ୍ତି ହେବ।
ଏହି ଅବଧି ମଧ୍ୟରେ ନିମ୍ନଲିଖିତ ଟ୍ରେନଗୁଡ଼ିକୁ ତାଳଚେର ଷ୍ଟେସନକୁ ବାଇପାସ କରି ଅନୁଗୁଳ-ତାଳଚେର ରୋଡ୍- ବୁଢାପଙ୍କ ଷ୍ଟେସନ ମାର୍ଗରେ ଚଳାଚଳରେ ପରିବର୍ତ୍ତନ କରାଯିବ।
ଟ୍ରେନ ନମ୍ବର ୨୦୮୬୨ ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ ଅକ୍ଟୋବର ୨୪ରେ ।
ଟ୍ରେନ ନମ୍ବର ୧୮୪୨୨ ସାନ୍ତରାଗାଛି-ପୁରୀ ଏକ୍ସପ୍ରେସ, ଅକ୍ଟୋବର ୨୪ରେ ।
ଟ୍ରେନ ନମ୍ବର ୨୦୮୩୧ ଶାଲିମାର - ସମ୍ବଲପୁର ଏକ୍ସପ୍ରେସ, ଅକ୍ଟୋବର ୨୪ ଏବଂ ୨୭ ରେ ।
ଟ୍ରେନ ନମ୍ବର ୨୦୮୦୭ ବିଶାଖାପାଟଣା - ଅମୃତସର ଏକ୍ସପ୍ରେସ, ଅକ୍ଟୋବର ୨୪ ଏବଂ ୨୫ ରେ।
ଟ୍ରେନ ନମ୍ବର ୨୦୮୦୮ ଅମୃତସର - ବିଶାଖାପାଟଣା ଏକ୍ସପ୍ରେସ, ଅକ୍ଟୋବର ୨୫ ରେ।
ଟ୍ରେନ ନମ୍ବର ୨୦୮୩୨ ସମ୍ବଲପୁର - ଶାଲିମାର ଏକ୍ସପ୍ରେସ, ଅକ୍ଟୋବର୨୩ ଏବଂ ୨୬ ରେ।
ଏହି ଛଅଟି ଏକ୍ସପ୍ରେସ ଟ୍ରେନ ଉପରୋକ୍ତ ଅବଧି ମଧ୍ୟରେ ତାଳଚେର ରୋଡରେ ପାଞ୍ଚ ମିନିଟ୍ ରହଣି କରିବ।