ଭୁବନେଶ୍ବର,୦୬/୧୧: ନୂଆପଡାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ କଲେ ପ୍ରଚାର। ଜଣଙ୍କୁ ଜିତାଇବା ପାଇଁ ଜନସାଧାରଣଙ୍କୁ ମାଗିଲେ ଭୋଟ୍। ମୁଖ୍ୟମନ୍ତ୍ରୀ ପ୍ରଥମେ ଉଦ୍ୟାନବନ୍ଧ ଭୀମରାଓ ଛକ ଠାରୁ କୋମନା ପର୍ଯ୍ୟନ୍ତ ରୋଡ୍ ସୋ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ରୋଡ୍ ସୋ’ରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଜୟ ଢୋଲକିଆ ଏବଂ ଅନ୍ୟ ବିଜେପି କର୍ମକର୍ତ୍ତା ମାନେ ସାମିଲ ଥିଲେ।
ମୁଖ୍ୟମନ୍ତ୍ରୀ ସାଧାରଣ ସଭାକୁ ସମ୍ବୋଧନ କରି ଜୟ ଢୋଲକିଆଙ୍କୁ ଭୋଟ ଦେଇ ଜିତାଇବା ପାଇଁ ସାଧାରଣ ଲୋକଙ୍କୁ ଆହ୍ଵାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନୂଆପଡ଼ାର ସାମଗ୍ରିକ ବିକାଶ ଦାୟିତ୍ଵ ନେଇଛନ୍ତି। ଏହି ଅବସରରେ ସିଏମ୍ କରିଛନ୍ତି ନୂଆପଡାର ବିକାଶ ପାଇଁ ଲୋକଙ୍କ କଥା ଜୟ ଢୋଲକିଆ ଶୁଣିବେ ଏବଂ ଜୟଙ୍କ କଥା ମୁଁ ଶୁଣିବି ବୋଲି କହିଲେ ମୁଖ୍ୟମନ୍ତ୍ରୀ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ନୂଆପଡା ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରିବା ପାଇଁ ଜୟ ଢୋଲକିଆ ସବୁଠାରୁ ଯୋଗ୍ୟତମ ପ୍ରାର୍ଥୀ । ନୂଆପଡାର ବିକାଶ ପାଇଁ ବିଜେପି ପ୍ରତିଶ୍ରୁତିବଦ୍ଧ। ବେଇମାନି ଆଉ ପ୍ରାର୍ଥୀ କିଏ ଚୋରି କରିଥିଲା ବୋଲି ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ ? ଏହାର ସ୍ପଷ୍ଟ ଉତ୍ତର ବିଜୁ ଜନତା ଦଳ ଦେବା ଉଚିତ୍ ବାହାରୁ ପ୍ରାର୍ଥୀ ଦେଇ ବିଜୁ ଜନତା ଦଳ ନୂଆପଡାକୁ ଧୋକା ଦେଇଛି । ନୂଆପଡା ବିଧାନସଭା ସହ ନୂଆପଡା ଜିଲ୍ଲାର ବିକାଶ କରିବେ ଜୟ ଢୋଲକିଆ । ଜୟ ଢୋଲକିଆ ଆପଣଙ୍କ ଜନପ୍ରତିନିଧି ଭାବେ ଆପଣଙ୍କମାନଙ୍କଠାରୁ ଆର୍ଶୀବାଦ ନେବା ପାଇଁ ଆସିଛନ୍ତି । ଏହା ସହ ପଦ୍ମ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରାଇବାକୁ ନୂଆପଡାବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।