ନୂଆପଡ଼ା, ୬/୧୧ : ନୂଆପଡ଼ା ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଇସ୍ତାହାର ପ୍ରକାଶ। ସ୍ଥାନୀୟ ଖୁଣ୍ଟିଆ ଭବନ ଠାରେ ପିସିସି ସଭାପତି ଭକ୍ତ ଚରଣ ଦାସ ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି। ମେନିଫେଷ୍ଟୋରେ ନୂଆପଡ଼ା ପାଇଁ କଂଗ୍ରେସର ଅବଦାନ ଓ ପ୍ରତିକାର ବିଷୟରେ ସ୍ଥାନିତ କରାଯାଇଛି। ଦୀର୍ଘ ୪୦ ବର୍ଷ ରାଜନୈତିକ ଜୀବନରେ ସାଲିସ ମାଲିସ ବିହୀନ ସଂଗ୍ରାମ କରିଥିବା ଘାସିରାମ ଜୀବନ ଥିବା ପର୍ଯ୍ୟନ୍ତ କଂଗ୍ରେସ ପାଇଁ କାମ କରିବି ବୋଲି କହିଛନ୍ତି। 

ଇସ୍ତାହାରରେ କୃଷିର ଉନ୍ନତିକରଣ, ଦାଦନ ରୋକିବା ସହ ରୋଜଗାର ଦେବାକୁ କଂଗ୍ରେସ କହିଛି। ସେହିପରି ଶୀତଳ ଭଣ୍ଡାର ନିର୍ମାଣ, ପତୋରା ଓ ତିଖାଳି ଡ୍ୟାମ ସହ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମାଧ୍ୟମରେ ୬୦ ପ୍ରତିଶତ ଜମିରେ ଜଳସେଚନ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି। ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରୀ କରି ଆଦିବାସୀଙ୍କୁ ଅଧିକାର ସହ ଜମି ପଟ୍ଟା ପ୍ରଦାନ, ବିଦ୍ୟାଳୟରେ ଶିକ୍ଷକ ସହ ଗୁଣାତ୍ମକ ଶିକ୍ଷା ପ୍ରଦାନ, ଡାକ୍ତର ପଦବୀ ପୂରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସ୍ୱାବଲମ୍ବୀ କରିବା ନେଇ କଂଗ୍ରେସ ପ୍ରତିଶ୍ରୁତି ଦେଇଛି।