ପାଟଣାଗଡ଼, ୨୫।୧୦(ଆପ୍ର):ପାଟଣାଗଡ଼ ଥାନା ପକ୍ଷରୁ ଗଙ୍ଗାଧର ପାର୍କଠାରେ ଉପଖଣ୍ଡ ସ୍ତରୀୟ ସାଇବର ଅପରାଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ହରିବନ୍ଧୁ ଗଡତ୍ୟାଙ୍କ ତତ୍ବାବଧାନରେ  ଏହା ଆୟୋଜିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ପୁଲିସ ଅଧିକାରୀ ସଦାନନ୍ଦ ପୁଝାରୀ, ସାଇବର ଥାନା ଅଧିକାରୀ ଭାରତୀ ନାଏକ,ବିଡ଼ିଓ ସୁମନ ମିଞ୍ଜ, ତହସିଲଦାର ରୁଦ୍ରମୋହନ ନାୟକ ପ୍ରମୁଖ  ଉପସ୍ଥିତ ଥିଲେ। ​​​​​​​

ସାଇବର ଅପରାଧରୁ ନିଜକୁ ଏବଂ ପରିବାର ଓ ସମାଜକୁ ମୁକ୍ତ ରଖିବାକୁ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଗୀତ ଓ ନାଚ ମାଧ୍ୟମରେ ଲୋକଙ୍କୁ ସାଇବର ଅପରାଧର ଉପରେ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ବିଭିନ୍ନ ସଙ୍ଗଠନର ମହିଳା ଗୋଷ୍ଠୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।