ରିଆମାଳ ୧୨/୯(ଇମିସ): ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ପଳସମା ସେକ୍ସନ କୋହ୍ଲବସା ପଞ୍ଚାୟତ ଅନ୍ତର୍ଗତ ଚିରଗୁଣିକୁଦର ଗ୍ରାମରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଚିରଗୁଣିକୁଦର ନୁଆଁକଟା ଠାରେ ଶୁକ୍ରବାର ସକାଳୁ ୮ଟାରେ ଏକ ଦନ୍ତାହାତୀ ମୃତ୍ୟୁ ଘଟିଥିବା ନେଇ ସ୍ଥାନୀୟ ଲୋକ ଦେଖିଥଲେ। ଏହା ପରେ ଏନେଇ ବନବିଭାଗକୁ ଖବର ଦିଆଯାଇଥିଲେ।

ଖବର ପାଇ ରେଞ୍ଜର ନିରଞ୍ଜନ ଧରୁଆ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏହା ପରେ ଡିଏଫଓ ରଶ୍ମି ଜି, ଏସିଏଫ୍ ସ୍ବାଧିନତା ସାହାଣୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବନବିଭାଗକୁ ଏହି ହାତୀ ମୃତ୍ୟୁରେ କୌଣସି ଅସ୍ୱାଭାବିକ କାରଣ ଦେଖାଯାଇ ନଥିଲା।

କାରଣ ଅସ୍ପଷ୍ଟ ହେବାରୁ ବନବିଭାଗ ସହ ସାଇଣ୍ଟିଫିକ୍ ଟିମ୍ବିଦ୍ୟୁତ ବିଭାଗ ଉକ୍ତ ସ୍ତାନରେ ପହଞ୍ଚି ପରୀକ୍ଷା ନିରୀକ୍ଷା ଜାରି ରଖିଛନ୍ତି। ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ବ୍ୟବଛେଦ ଓ ସାଇଣ୍ଟିଫିକ୍ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣା ପଡିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି।