ମାଲକାନଗିରି, ୬/୧୧(ଆପ୍ର ) : ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଶ୍ରୀନ୍ନ ଅଭିଯାନ ଓ ମାଣ୍ଡିଆ ଦିବସ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଜିଲ୍ଲା କୃଷିଅଧିକାରୀ ମହେଶ ପାଢ଼ୀ ଏଥିରେ ଅଧ୍ୟକ୍ଷତା କରିଥିଲେ।ମୁଖ୍ୟଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ ସମାରୀ ଟାଙ୍ଗୁଲ, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, କୃଷି ବିଜ୍ଞାନ କେନ୍ଦ୍ର ର ବୈଜ୍ଞାନିକ ସିଦ୍ଧାର୍ଥ କର ଯୋଗ ଦେଇ କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଅତିଥିମାନେ ମାଣ୍ଡିଆକୁ ପୋଷଣ ଓ ପରିବେଶ ସହିତ ଜଡିତ ଫସଲ ବୋଲି କହିଥି । ଏବେ କେମିତି ବୈଜ୍ଞନିକ ପଦ୍ଧତିରେ ଉନ୍ନତମାନର ଚାଷ କରିଯାଇ ପାରିବ ତାହା ବିସ୍ତୃତ ଭାବରେ ଚାଷୀଙ୍କୁ ଅବଗତ କରିଥିଲେ। ଚାଷୀଙ୍କୁ ଉନ୍ନତ ମାନର ପ୍ରଶିକ୍ଷଣ ଏବଂ ଚାଷ ବିଷୟରେ ସଚେତନତାମୂଳକ କାର୍ଯ୍ୟକ୍ରମ ବୃଦ୍ଧି କରିବା ପାଇଁ ଉପଦେଶ ଦେଇଥିଲେ । ଏହି କାର୍ୟକ୍ରମରେ ମିଶନ ଶକ୍ତି ବିଭାଗର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, WASSAN ର କର୍ମକର୍ତ୍ତା, ଶ୍ରୀଅନ୍ନ ଅଭିଯାନରେ ଜଡିତ ବେସରକାରୀ ସଂସ୍ଥା , ଏଫପିଓ ଓ ଏସଏଚଜି ସଦସ୍ୟ ଏବଂ ଚାଷୀ ଭାଇ ଓ ଭଉଣୀମାନେ ଯୋଗଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।
ଏହି ମାଣ୍ଡିଆ ଦିବସଟି "କୃଷି ଐତିହ୍ୟ ଓ ଜୈବ ବିବିଧତା ସଂରକ୍ଷଣରେ ମହିଳାଙ୍କ ଉପରେ ଆଧାରିତ ଥିଲା। ଏଥିରେ ମାଣ୍ଡିଆ ଉତ୍ପାଦ ପ୍ରଦର୍ଶନୀ କରାଯାଇଥିଲା। କାର୍ଯ୍ୟକ୍ରମ ର ଶେଷରେ ପ୍ରଗତିଶୀଳ କୃଷକ ଓ ମହିଳା ସମୁହ ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା। ଚିତ୍ରକୋଣ୍ଡା ବ୍ଲକର ତୁଳା ଦଳେଇ, କୋରୁକୋଣ୍ଡା ବ୍ଲକର ସାବିତ୍ର,ଖଇରପୁଟ ବ୍ଲକର ସବିତା ଚପାଡ଼ି, ମାଲକାନଗିରି ବ୍ଲକର ଭାନୁମତୀ ପାଙ୍ଗି, ମାଥିଲି ବ୍ଲକ ର ଭାନୁମତୀ ଶ୍ରେଷ୍ଠ ମାଣ୍ଡିଆ ଚାଷୀ ରେ ସମ୍ମାନିତ ହୋଇଥିଲେ । ବସନ୍ତ ଖିଲୋ ଶ୍ରେଷ୍ଠ ସଂରକ୍ଷିତ ଚାଷୀ , ସମାରି ନାୟକ ଶ୍ରେଷ୍ଠ ମହିଳା ମଣ୍ଡି ଉଦ୍ୟୋଗୀ, ପରିବର୍ତନ ବେସରକାରୀ ସଂସ୍ଥା - ମାଥିଲି, ଚାଷୀ ଭାଇ ଚାଷ ଉତ୍ପାଦକରି ସଂସ୍ଥା ଓ ମା ବିରଜା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଶ୍ରେଷ୍ଠ ପୁରସ୍କାର ରେ ସମ୍ମାନିତ ହୋଇଥିଲେ। କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ କୃଷି ଜିଲ୍ଲା ଅଧିକାରୀ ମହେଶ ପାଢ଼ୀ ଧନ୍ୟବାଦ ଦେଇଥିଲେ।